ବାହାଘର ଜୋଡ଼ା ପିନ୍ଧି ମତଦାନ କେନ୍ଦ୍ରରେ ବର-ବଧୂ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟିଂ ଜାରି ରହିଛି । ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଅଛନ୍ତି ସେହି ଅବସ୍ଥାରେ ଭୋଟ ଦେବାକୁ ବୁଥ୍‌ରେ ପହଞ୍ଚିଯାଉଛନ୍ତି । ତେବେ ଏହାରି ଭିତରେ ଆସିଛି ରୋଚକ ଛବି । ମଧ୍ୟପ୍ରଦେଶ ସିଦ୍ଧି ଭୋଟଗ୍ରହଣ କେନ୍ଦ୍ରରୁ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଜଣେ ନବବଧୂ ସିଧା ମତଦାନ କେନ୍ଦ୍ରରେ ଯାଇ ପହଞ୍ଚିଛନ୍ତି । ଜୀବେନ୍ଦ୍ର ସିଂହ ଚନ୍ଦେଲ ଓ ତାଙ୍କ ନବବଧୂ ପ୍ରତିମା ସିଂହ ବିବାହର ଠିକ୍ ପରେ ପରେ ସିଧା ଯାଇ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ।

ପ୍ରତିମା କହିଛନ୍ତି ସେ ଶାଶୁଘର ଯିବା ପୂର୍ବରୁ ଆଗ ଭୋଟ ଦେଇ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବେ । ଏହା ସହିତ ଏହି ବରବଧୂ ମଧ୍ୟ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । କେବଳ ପ୍ରତିମା ନୁହଁନ୍ତି ମଣ୍ଡଳା ଲୋକସଭା ଆସନରୁ ଆଶାରାଣୀ ସିଙ୍ଗରୋରେ ବାପଘରୁ ବିଦା ହେବା ପୂର୍ବରୁ ପ୍ରଥମେ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସେହିପରି ଏହି କ୍ଷେତ୍ରରୁ ଅନ୍ୟଜଣେ ନବବଧୂ ପୂଜା ଶ୍ୱଶୁର ଘରକୁ ନ ଯାଇ ଆଗ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ବୋଲି ଜିଦି ଧରିଥିଲେ ।

ତାଙ୍କର ଏପରି କଥାକୁ ତାଙ୍କ ପତି ସମର୍ଥନ କରିଥିଲେ ଓ ବାହାଘର ପରେ ସିଧା ଯାଇ ଉଭୟ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ । ସେହିପରି ସିବନୀରେ ଦୁଇ ନବବିବାହିତ ଦମ୍ପତି ନିଜ ଦାମ୍ପତ୍ୟ ଜୀବନର ପ୍ରଥମ ଦିନ ଭୋଟଦାନରୁ ଆରମ୍ଭ କରିଛନ୍ତି । ଏପରିକି ବହୁ ବର ବଧୂ ବାହାଘର ଜୋଡାରେ ଭୋଟ କେନ୍ଦ୍ରରେ ପହଞ୍ଚିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ