Masthead

ସାହିତ୍ୟ କ୍ଷେତ୍ରରେ ନୋବେଲ ପାଇବେ ଅବଦୁଲ ରଜାକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାହିତ୍ୟ କ୍ଷେତ୍ରରେ ନୋବେଲ ପାଇବେ ଅବଦୁଲ ରଜାକ । ଏନେଇ ସ୍ୱଦିଶ ଏକାଡେମି ପକ୍ଷରୁ ସୂଚନା ମିଳିଛି । ତେବେ ତାଞ୍ଜାନିଆର ପ୍ରଖ୍ୟାତ ଔପନ୍ୟାଶିକ ଅବଦୁଲ ରଜାକ୍‌ ଗୁରନାହ ଏହି ସମ୍ମାନଜନକ ପୁରୁସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପିଲା ବେଳୁ ଜଞ୍ଜିବାର୍‌ ଦ୍ୱୀପରେ ବଢ଼ିଥିଲେ ଅବଦୁଲ ରଜାକ୍‌। ପିଲାବେଳୁ ଯନ୍ତ୍ରଣାସିକ୍ତ ଜୀବନ ଆରମ୍ଭ କରିଥିବା ଅବଦୁଲ ରଜାକ୍‌ ୧୯୬୦ରେ ଶରଣାର୍ଥୀ ଭାବେ ଇଂଲଣ୍ଡରେ ପହଞ୍ଚି ଥିଲେ ।

ଗଲଫ୍‌ ଏବଂ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଶଢ଼ୁଥିବା ରିଫ୍ୟୁଜିମାନଙ୍କର ଦୁର୍ଦ୍ଦଶାକୁ ନେଇ ସେ ଲେଖିଥିବା ଉପନ୍ୟାସଟି ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚତ ହୋଇଛି। ସେହିପରି ରିଫ୍ୟୁଜିମାନଙ୍କ ଉପରେ ଉପନିବେଶବାଦର ନିର୍ଦ୍ଦୟ ଅତ୍ୟଚାରକୁ ନେଇ ସେ ତାଙ୍କ ଉପନ୍ୟାସରେ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି। ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ ମିଲିୟନ ସ୍ୱିଡେନ କ୍ରାଉନ୍‌ସ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା