Masthead

ସରଦ ପାୱାରଙ୍କୁ ଭେଟିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମ କୋର୍ଟର ନିଷ୍ପତି Sପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟଦେଶ ବିରୋଧରେ ଏବେ ଅରବିନ୍ଦ କେଜ୍ରିୱାଲ ବିରୋଧୀ ଦଳର ସର୍ମଥନ ଗୋଟାଇବାରେ ଲାଗିପଡିଛନ୍ତି । ସେ ଚେଷ୍ଟା କରୁଛନ୍ତି ସଂସଦରେ ଏହି ମାମଲା ଉଠାଯାଉ । ଏହାରି ମଧ୍ୟରେ କେଜ୍ରିୱାଲ ବୁଧବାର ମୁମ୍ବାଇ ଯାଇ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ଏହି ଭେଟ ଅମଲାତନ୍ତ୍ରର ନିଯୁକ୍ତି ଉପରେ କେନ୍ଦ୍ର ନିୟମ ବିରୁଦ୍ଧରେ ନିଜ ପାଇଁ ସର୍ମଥନ ସଂଗ୍ରହ କରିବା ବିଷୟରେ ଥିଲା । ଏହି ଭେଟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଦଳ ଆପ୍କୁ ନିଜ ସର୍ମଥନ ଦେଇଛନ୍ତି ଓ ଏବେ ଉଦ୍ଧବ ସେନାର ନେତା ମାନେ ସଂସଦର ଅଧ୍ୟଦେଶକୁ ବିରୋଧ କରିବେ । ଭେଟ ପରେ କେଜରିବାଲ୍ କହିଛନ୍ତି ଉଦ୍ଧବ ଠାକରେ ଆମକୁ ପରିବାରର ସଦସ୍ୟ ବନାଇଲେ , ଆମେ ସମ୍ପର୍କ ରଖିବାରେ ବିଶ୍ୱାସ ରଖୁ, ଓ ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି , ଏହି ସଂମ୍ପର୍କ ଆଜୀବନ ରହିବ । କେଜ୍ରିୱାଲଙ୍କ ସହିତ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବତ ମାନ, ଆପର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଓ ରାଘବ ଚଡ୍ଡା ଓ ଦିଲ୍ଲୀର ମନ୍ତ୍ରୀ ଅତିଶ୍ ମଧ୍ୟ ଥିଲେ । ଆଜି ସରଦ ପାୱାରଙ୍କୁ ମଧ୍ୟ ଭେଟିବେ କେଜ୍ରିୱାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ