Masthead

ବାଲେଶ୍ୱରରେ ଏସିଡ୍ ମାଡ଼, ୪ ଗୁରୁତର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ଵରରେ ଅଭାବନୀୟ ଘଟଣା । ସ୍ୱାମୀର ଏସିଡ୍ ମାଡ଼ରେ ଦ୍ଵିତୀୟ ସ୍ତ୍ରୀ ଓ ତାଙ୍କ ଭଉଣୀ ସମେତ ଦୁଇ ଶିଶୁ ଗୁରୁତର ଆହତ । ପ୍ରେମ ବ୍ୟାପାରକୁ ନେଇ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳର ଚନ୍ଦନ ରଣା ଗତ ଦେଢ଼ ମାସ ତଳେ ରେମୁଣା ବ୍ଲକ୍ ଭୀମପୁରା ଅଞ୍ଚଳର ବନିତା ସିଂ କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ପରେ ଜଣାପଡିଥିଲା ଯେ ଚନ୍ଦନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଛି । ତେବେ ବନିତାଙ୍କ ପରିବାର ଏସବୁ କଥା ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଉଭୟ ଅଲଗା ହୋଇ ରହିଥିଲେ ।

ଏହି ଘଟଣାକୁ ନେଇ ପୂର୍ବରୁ ଥାନାକୁ ମାମଲା ଯାଇଥିବା ଉଭୟ ପରିବାରର ଆଲୋଚନା ଭିତରେ ଉଭୟେ ଅଲଗା ହୋଇ ରହିଥିଲେ । ଅଭିଯୋଗ ଅନୁସାରେ ଆଜି ଚନ୍ଦନ ଶ୍ୱଶୂର ଘରକୁ ଆସିଥିଲେ। ସେଠାରେ ଚନ୍ଦନ ଓ ବନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବନିତାଙ୍କ ଉପରକୁ ଚନ୍ଦନ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ ଦୁଇ ପିଲା ଧାଇଁ ଆସିଥିଲେ। ସେମାନେ ମଧ୍ୟ ଏସିଡ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏସିଡ୍ ମାଡ଼ କରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ