Masthead

ଦିଲ୍ଲୀପ-ମଙ୍ଗଳାଙ୍କ ସାକ୍ଷାତ, ସରଗରମ ସୁନ୍ଦରଗଡ ରାଜନୀତି

ସୁନ୍ଦରଗଡ(ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲାର ପୁରୁଖା ଆଦିବାସୀ ନେତା ତଥା ବିଜେଡି ଉପସଭାପତି ମଙ୍ଗଳା କିଷାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭେଟିଛନ୍ତି । ଉଭୟ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ । ସୁନ୍ଦରଗଡ ଜିଲ୍ଳାରେ ବିଜେଡିରେ କନ୍ଦଳ ଏବଂ ମନ୍ତ୍ରୀ ସାରଦା ନାୟକଙ୍କ ବିରୋଧରେ ଶ୍ରୀ କିଷାନଙ୍କ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ଏହି ସାକ୍ଷାତକାର ଯଥେଷ୍ଟ ଗୁରୁତ୍ୱ ରଖୁଛି ।

ଗତ ଗୁରୁବାର ଶ୍ରୀ କିଷାନ ଗଣମାଧ୍ୟମ ଆଗରେ ରାଉଲକେଲା ବିଧାୟକ ସାରଦା ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ ଆଣିଥିଲେ । ଏମିତିକି ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ଜିଲ୍ଳାରେ ଦଳୀୟ ସଂଗଠନ ଧ୍ୱଂସ ହେବ ବୋଲି କହିଥିଲେ । ଏହାପରେ ଦିଲ୍ଲୀପ ରାୟଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ୨୫ତାରିଖରେ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାେବେଳ ଅନ୍ୟଜଣଙ୍କୁ ପଦଚ୍ୟୁତ କରାଯାଇଥିଲା । ନିଲମ୍ବିତ ଯୁବ ନେତା ଶ୍ରୀନାୟକ ଓ ଶ୍ରୀ ଘଡେଇଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ।

ଏସବୁ ଅଭିଯୋଗକୁ ସମର୍ଥନ ଜଣାଇ କାର୍ଯ୍ୟାନୁଷ୍ଠାନ ଭୁଲ ବୋଲି ଦର୍ଶାଇଥିଲେ ଶ୍ରୀ କିଷାନ । ଏହାଦ୍ୱାରା ଜିଲ୍ଲା ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା । ଏହାରିମଧ୍ୟରେ ମଙ୍ଗଳା କିଷାନ ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଭେଟ ପରେ କ’ଣ ଆଲୋଚନା ହୋଇଥିଲା ତାହା ସ୍ପଷ୍‌ଯ ହୋଇନାହିଁ । କିନ୍ତୁ ଆଗାମୀ ଦିନରେ ଏହା ଜିଳ୍ଲା ରାଜନୀତିକୁ ପ୍ରଭାବିତ କରିବ । ସୁନ୍ଦରଗଡ ରାଜନୀତିରେ ଦିଲ୍ଲୀପରାୟଙ୍କ ଦବଦବା ରହିଛି । ୨୦୧୯ ନିର୍ବାଚନରେ ସାରଦା ନାୟକଙ୍କୁ ଜିତାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ