Before Header

ବିପଦ ସଙ୍କେତ ଉପରେ ବୈତରଣୀ

0 60

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବା ସହ ସେପଟେ ଲୋକଙ୍କୁ ଡରାଉଛି ବନ୍ୟା ପରିସ୍ଥିତି । ଚାରିଦିନ ଧରି ଲଘୁଚାପ ବର୍ଷା ହେବା ସହ ନଦୀର ଉପରମୁଣ୍ତ ରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି, ବିଶେଷ କରି ଗତ କାଲି ଝାଡଖଣ୍ତର ଗାଲୁଡିହି ବ୍ୟାରେଜର ୯ ଟି ଗେଟ ଖୋଲି ୨୫ ଶହ କ୍ୟୁସେକ ପାଣି ଛାଡିଥିବା ବେଳେ ଚାନ୍ଦିନୀ ଡ୍ୟାମ ଆଜି ୫ ଟି ଗେଟ ଖୋଲା ଯାଇ ପାଖାପାଖି ୧୬ ଶହ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ଛାଡି ଥିଲା ।

ଯାହାଫଳରେ ସୁବର୍ଣ୍ଣରେଖା ନଦୀ ଫୁଲିବା ସହ ବନ୍ୟା ଦେଖାଦେଇଛି । ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ଆଜି ସକାଳ ୮ ଟା ବେଳକୁ ରାଜଘାଟ ଠାରେ ୯. ୭୯ ମିଟର ଜଳସ୍ତର ପ୍ରବାହିତ ହେଉଛି । ତେବେ ଗତକାଲି ନଦୀର ଜଳସ୍ତର ଯେଉଁଭଳି ବୃଦ୍ଧି ପାଉଥିଲା ଆଜି ତାହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜଳେଶ୍ୱର, ବାଲିଆପାଳ , ଭୋଗରାଇ ତଳିଆ ଅଂଚଳର କିଛି ଗାଁ କୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.