Masthead

ସୋଶିଆଲ ମିଡିଆର ଅପବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଆଇନକୁ ଯିଏ ବି ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସତର୍କ କରାଇଛନ୍ତି। ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବ୍ୟବସାୟ କରୁଥିବା ଟ୍ୱିଟର ଓ ଫେସବୁକ ମଧ୍ୟ ଦେଶର ଆଇନ ମଧ୍ୟରେ ବନ୍ଧା।

ଏହା ବିରୋଧରେ କେହି ବି କାର୍ଯ୍ୟ କରିପାରିବେ ନାହିଁ। ଡିଜିଟାଲ ଭାରତ କାର୍ଯ୍ୟକ୍ରମରେ ସୋଶିଆଲ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ସୋଶିଆଲ ମିଡିଆର ଅପବ୍ୟବହାର କରାଗଲେ ଭାରତୀୟ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ହେବ। ସମସ୍ତ ସୋଶିଆଲ ମିଡିଆ ପ୍ଲାଟଫର୍ମ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇବାକୁ ବାଧ୍ୟ। ଭାରତୀୟ ସମ୍ବିଧାନ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର ଅଧିକାର ଦେଇଛି। ହେଲେ ଫେକ୍‌ ନ୍ୟୁଜ ପ୍ରଚାର କରିବାର ଅଧିକାର ସମ୍ବିଧାନ ଦେଇନାହିଁ।

ଜାନୁଆରୀ ୨୬ ହିଂସା ଘଟଣାକୁ ଉସକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରର କିଛି ଆଉକାଉଣ୍ଟ ବନ୍ଦ କରିବାକୁ କହିଥିଲେ। ଟ୍ୱିଟର ୫୦୦ରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସକାଉଥିବା ଆକାଉଣ୍ଟ ବନ୍ଦ କରିଥିବା ବେଳେ ଆଉ କିଛି ଉପରେ କୌଣସି କଟକଣା ଲଗାଇ ନାହିଁ। ତଥାପି ଭାରତ ସରକାର ଗତକାଲି ୨୫୭ଟି ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଭାରତରେ ବ୍ୟବସାୟ କରିବାକୁ ହେଲେ, ଭାରତୀୟ ଆଇନକୁ ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ