Masthead

ଆସୁଛନ୍ତି ମହାମହିମ, ସଜେଇ ହୋଇଛି ଗାଁ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଓଡ଼ିଶାର ସୁନା ଝିଅ ଦ୍ରୋପଦୀ ମୂର୍ମୁ ଦେଶର ପ୍ରଥମ ନାଗରିକ ହେବା ପରେ ତୃତୀୟ ଥର ପାଇଁ ନିଜ ରାଜ୍ୟକୁ ଆସୁଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସୁଥିବାରୁ ଚଳଚଳଞ୍ଚଳ ମୟୂରଭଞ୍ଜ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ରେ ହେଲିପ୍ୟାଡ, ପାହାଡ଼ପୁର ସ୍କୁଲ ଏବଂ ରାଇରଙ୍ଗପୁରରେ ସମ୍ବୋଧନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି। ଆସନ୍ତା ମେ’ ୪ ତାରିଖ ଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବାରୁ ଖୁସିରେ ତାଙ୍କ ଗାଁ ପାହାଡପୁରର ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ପାଦ ତଳେ ଲାଗୁନି । ଯୁଦ୍ଧକାଳୀନଭିତ୍ତିରେ ପରିଷ୍କାର ପରିଚ୍ଛନ୍ନ, ମାଟି ରାସ୍ତାରୁ ପକ୍କା ରାସ୍ତା ନିର୍ମାଣ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ୍‌ ମରାମତି ସମେତ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପ୍ରଭୃତି ଜୋରଦାର୍ ଚାଲିଛି।

ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ପାଇଁ ଝାଡ଼ଖଣ୍ଡର ଟାଟାନଗରରୁ ସ୍ୱତନ୍ତ୍ର ଖଟ ଓ ବିଛଣା ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଣାଯାଇଛି। ବସିବା ପାଇଁ ସ୍ୱତନ୍ତ୍ର ଚୌକି ମଧ୍ୟ ବିଶିଷ୍ଟ କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ତାଙ୍କ ଦ୍ୱାରା ନିର୍ମିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ମଧ୍ୟ ଚକାଚକ୍ ହେଉଛି। ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଜ ଗାଁ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ମହାମହିମ । ସ୍ୱାଗତ ପାଇଁ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ ।ଗାଁଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା । ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

ବିଦ୍ୟାଳୟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏସଏଲଏସ ବିଦ୍ୟାଳୟରେ ମହାମହିମଙ୍କ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀକୁ ନୂଆ ରଙ୍ଗ ରୂପ ଦିଆଯାଉଛି । ଖରା ବର୍ଷାକୁ ଖାତିର ନକରି ସମସ୍ତ ଗ୍ରାମବାସୀ ମହାମହିମଙ୍କ ସ୍ୱାଗତ ପାଇଁ କାମରେ ଲାଗି ପଡ଼ିଛନ୍ତି । ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ କାର୍ୟ୍ୟକ୍ରମ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଦିନ ପାଇଁ ଶିମିଳିପାଳ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ ପରେ ବାରିପଦାରେ ରାତିଯାପନ କରିବେ । ୬ ତାରିଖରେ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା