Masthead

କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ତାଙ୍କ ନାଲାସୋପାରା ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ପଛର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ଆଚୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।ପୋଲିସ ରିପୋର୍ଟ ଅନୁଯାୟୀ, ନାଲାସୋପାରା ପୂର୍ବର ଆଚୋଲେ ଗାଁର ସାଇ ସନ୍ତୋଷୀ ବିଲଡିଂରେ ଥିବା ନିଜ ଘରେ ୨୨ ବର୍ଷୀୟ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜୁନ୍ ୧୪ ତାରିଖ ସନ୍ଧ୍ୟା ୭ଟାରୁ ୭ଟା ୩୦ ମଧ୍ୟରେ ଘଟିଛି । ପୋଲିସ ସୂଚନା ଅନୁସାରେ, ସଞ୍ଚିତା ଶୋଇବା ଘରେ ନିଜକୁ ବନ୍ଦ କରିଦେଇଥିଲେ ଏବଂ ତାଙ୍କ ଶାଢ଼ି ସହିତ ସିଲିଂ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୂଚନା ପାଇବା ପରେ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ଭାସାଇ-ଭିରାର ମ୍ୟୁନିସିପାଲ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୁମକୁମ ଭାଗ୍ୟରେ ଦୀୟା ଟଣ୍ଡନ ଭୂମିକାରେ ଅଭିନୟ କରି ସଞ୍ଚିତା ଘରେ ଘରେ ପରିଚିତ ହୋଇଥିଲେ । ଲୋକପ୍ରିୟ ଶୋ “ୱାଗଲେ କି ଦୁନିଆ”ରେ ରୁଚିତା ଜେଟଲି ଭୂମିକାରେ ମଧ୍ୟ ନଜର ଆସିଥିଲେ । ଏହା ପରେ, ସେ ଦଙ୍ଗଲ ଟିଭିର ଧାରାବାହିକ “ଦିଲୱାଲି ଦୁଲହା ଲେ ଜାଏଗୀ”ରେ ସୋହରାବ ବେଦୀଙ୍କ ବିପକ୍ଷରେ ‘ସୁକୁନ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଟିଭି ଧାରାବାହିକ ସହିତ, ସଞ୍ଚିତା ଫିଲ୍ମ ଏବଂ ଓଟିଟି ପ୍ରୋଜେକ୍ଟରେ ମଧ୍ୟ ସକ୍ରିୟ ଥିଲେ । ସେ ଭିକି କୌଶଲ ଅଭିନୀତ ଚଳଚ୍ଚିତ୍ର “ଚାଭା”ରେ ତାରା ରାଣୀ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ, ସେ ମନୋଜ ବାଜପେୟୀ ଅଭିନୀତ ଥ୍ରୀଲର୍ ଫିଲ୍ମ “ସାଇଲେନ୍ସ ୨: ଦି ନାଇଟ୍ ଆଉଲ୍ ବାର୍ ଶୁଟଆଉଟ୍”ର ମଧ୍ୟ ଅଭିନୟ କରିଥିଲେ ।ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ସଞ୍ଚିତାଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ।

ମୃତ୍ୟୁର ୧୯ ଘଣ୍ଟା ପୂର୍ବରୁ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ରିଲ୍ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ହସ ଖୁସି ନଜର ଆସୁଥିଲେ । ଏହି ଭିଡିଓ ଦେଖି କଳ୍ପନା କରିବା କଷ୍ଟକର ଯେ ଅଭିନେତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇପାରିବେ ।ମାତ୍ର ୨ ବର୍ଷ ବୟସରେ ଏହି ସୁନ୍ଦରୀ ଏବଂ ପ୍ରତିଭାବନ ଅଭିନେତ୍ରୀଙ୍କ ହଠାତ୍ ବିୟୋଗ ପୂରା ଟିଭି ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛି । ଦିବଂଗତ ଅଭିନେତ୍ରୀଙ୍କ ସହ-କଳାକାର, ବନ୍ଧୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ଗଭୀର ଶୋକ ପ୍ରକାଶ କରୁଛନ୍ତି । ଏତେ କମ୍ ବୟସରେ ଏବଂ ନିଜ କ୍ୟାରିଅରର ଶିଖରରେ ସେ କାହିଁକି ଏପରି ପଦକ୍ଷେପ ନେଲେ, ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଘାଣ୍ଟି ହେଉଛି । ବର୍ତ୍ତମାନ, ପୋଲିସ ତାଙ୍କ ଫୋନ୍ ରେକର୍ଡ ଏବଂ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ