Masthead

ନକଲି କମ୍ପାନୀ ଖୋଲି ଷ୍ଟକ୍ ଠକେଇ କରିଛି ଆଦାନୀ ଗ୍ରୁପ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ଆଦାନୀ ଗ୍ରୁପ ସମ୍ବନ୍ଧୀୟ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ଭାରତରେ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଯାହାକୁ ନେଇ ଦୁଇଦିନ ହେଲା ସଂସଦର କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିପାରୁନାହିଁ। ତାହାସହିତ ଆଦାନି ଗ୍ରୁପ୍‌ ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ନିବେଶକ ବିପୁଳ ଅର୍ଥ ହରାଇଛନ୍ତି। ଆଦାନୀ ଗ୍ରୁପ୍‌ ବିରୁଦ୍ଧରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ମୁତାବକ ଆଦାନୀ ଗ୍ରୁପ୍‌ ବିଦେଶରେ ପ୍ରାୟ ୨୯ଟି ନକଲି କମ୍ପାନୀ ଖୋଲି ସେହି କମ୍ପାନୀଗୁଡିକ ଜରିଆରେ କମ୍ପାନୀର ସେୟାରକୁ ଅଧିକ ମୂଲ୍ୟରେ କ୍ରୟକରି ବଜାରରେ ତାହାର ମୂଲ୍ୟାୟନ ଅଯଥାରେ ବୃଦ୍ଧି କରିଛି।

ଏହି ପ୍ରକ୍ରିୟାରେ ଆଦାନୀ ଗ୍ରୁପ୍‌ ବିପୁଳ ଅର୍ଥ ନିବେଶକଙ୍କ ଠାରୁ ଠକି ନେଇଛି। ଆଦାନୀ ଗ୍ରୁପ୍‌ ଦ୍ୱାରା ନକଲି କମ୍ପାନୀଗୁଡିକ ଟ୍ୟାକ୍ସ ହାଭେନ୍‌ ବା ଆଦୌ ଟିକସ ଦେବାକୁ ପଡୁନଥିବା ଦେଶଗୁଡିକରେ ଖୋଲାଯାଇଛି। ଉକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ମରିସସ୍‌, ୟୁଏଇ ଏବଂ କାରିବିୟାନ୍‌ ଦ୍ୱୀପପୁଞ୍ଜ ଆଦି ରହିଛି। ଅନ୍ୟପକ୍ଷରେ ହିଣ୍ଡେନବର୍ଗର ଏହି ରିପୋର୍ଟକୁ ଆଦାନି ଗ୍ରୁପ୍‌ ଦୃଢ ଭାବରେ ଖଣ୍ଡନ କରିଛି। ଗ୍ରୁପ୍‌ର ମୁଖ୍ୟ ବିତ୍ତ ଅଧିକାରୀ ଜେ ସିଂ କହିଛନ୍ତି, ଏଭଳି ଏକ ରିପୋର୍ଟ କମ୍ପାନୀକୁ ସ୍ତବ୍ଧ କରିଦେଇଛି। ଏହା କିଛି ଭ୍ରମାତ୍ମକ ସୂଚନାର ସମାହାରରେ ପ୍ରସ୍ତୁତ କରାଯାଇଥିବା ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ।

ସେ କହିଛନ୍ତି, ଆଦାନୀ ଗ୍ରୁପ୍‌ ସର୍ବଦା ଆଇନର ଅନୁପାଳନ କରିଆସିଛି। ଏହି ରିପୋର୍ଟ ଯେଉଁ ସମୟରେ ପ୍ରକାଶ କରାଯାଇଛି, ତାହା ଆଦାନୀ ଗ୍ରୁପ୍‌ର କ୍ଷାତିରେ ଆଞ୍ଚ ଆଣିବାକୁ ଏକ ଅପଚେଷ୍ଟା ହୋଇଛି। ଏପରିକି ହିଣ୍ଡେନ୍‌ବର୍ଗ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆଦାନୀ ଗ୍ରୁପ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି ବୋଲି ଗ୍ରୁପ୍‌ର ଆଇନ ବିଭାଗ ମୁଖ୍ୟ ଯତିନ ଜଲୁନ୍ଧୱାଲା କହିଛନ୍ତି। ତେବେ ହିଣ୍ଡେନବର୍ଗ ଆଦାନି ଗ୍ରୁପ୍‌ର ଏଭଳି ଚେତାବନୀକୁ ବେଖାତିର କରି କହିଛି, ସେଭଳି କରାଗଲେ ଏହା ଆଦାନି ଗ୍ରୁପ୍‌ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରିବ, ଯେଉଁଗୁଡିକର ନିହାତି ଯାଞ୍ଚ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା