Masthead

ସଂଖ୍ୟାଗରିଷ୍ଠତା ପ୍ରମାଣ ନକଲେ ଭାଙ୍ଗିବ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ପୁଷ୍ପ କମଲ । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଆଜି ଅପରାହ୍ନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତାଙ୍କ ସରକାର ଆଜି ଆସ୍ଥା ଭୋଟ ଲୋଡ଼ିବ । ପ୍ରତିନିଧି ସଭାର ସଭାମୁଖ୍ୟ ଦେବରାଜ ଘିମିରେ ଏହି ସୂଚନା ଦେଇଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଦହଲଙ୍କୁ ବହୁମତ ପ୍ରମାଣିତ କରିବାକୁ ପଡ଼ୁଛି । ଦହଲଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନେପାଳୀ କଂଗ୍ରେସ, ମାଓବାଦୀ କେନ୍ଦ୍ର, ଏକୀକୃତ ସମାଜବାଦୀ ସମେତ ୧୦ ରାଜନୈତିକ ଦଳର ସମର୍ଥନ ରହିଛି ।

ନେପାଳୀ କଂଗ୍ରେସ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଆସ୍ଥା ଭୋଟ ଦେବା ପାଇଁ ପ୍ରତିନିଧି ସଭାର ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛି । କଂଗ୍ରେସର ମୁଖ୍ୟ ସଚେତକ ରମେଶ ଲେଖକ କହିଛନ୍ତି ନେପାଳର ସମ୍ବିଧାନ ଅନୁସାରେ, ନେପାଳି କଂଗ୍ରେସ ସରକାରଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ରହିବ । ସେହିପରି ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ପୁଷ୍ପ କମଲ ଦହଲ ସଂଖ୍ୟା ଗରିଷ୍ଠତା ପ୍ରମାଣିତ ନକରିପାରନ୍ତି ତେବେ ତାଙ୍କ ସରକାର ଭାଙ୍ଗିଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି