ଏଥର ରାଜ୍ୟରେ ମହିଳା ଭୋଟ ବିଜେପି ପାଖକୁ ଆସିବ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିର ମହିଳା ନେତ୍ରୀ ସଂଯୁକ୍ତା ମହଲାଙ୍କୁ କେମିତି ନ୍ୟାୟ ମିଳିବ ସେ ବିଷୟରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀରେ ଆଲୋଚନା ହେବା କଥା। ତାଙ୍କୁ ନ୍ୟାୟ ଦେବାକୁ ବିଜେଡି ନେତ୍ରୀମାନେ କେତେ ପର୍ଯ୍ୟନ୍ତ ଲଢେଇ କରିବେ ସେ ବିଷୟରେ ଆଲୋଚନା କରିବା କଥା ବୋଲି ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା । ସେ କହିଛନ୍ତି ବିଜେଡିର ନେତା ମନ୍ତ୍ରୀମାନେ ହଜାର ହଜାର ସଂଯୁକ୍ତା ମହଲା ତିଆରି କରି ସାରିଲେଣି। ସେମାନଙ୍କୁ କେମିତି ନ୍ୟାୟ ଦେବେ ବିଜେଡି ନେତ୍ରୀ।

ସେ ଯାହା ବି ପ୍ରସଙ୍ଗ ନେଇ ମହିଳାଙ୍କ ପାଖକୁ ଯିବେ, ମହିଳା ସେମାନଙ୍କୁ ପ୍ରଶ୍ନ କରିବେ। କାହିଁକି ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ମହିଳା ସୁରକ୍ଷା ନେଇ ବିଜେଡି ନେତ୍ରୀଙ୍କୁ ଉତ୍ତର ଦେବାକୁ ପଡ଼ିବ। ଅଙ୍ଗନୱାଡି ଏବଂ ଆଶା ଦିଦିଙ୍କ ଦରମା କାହିଁକି ଦରମା ବଢିଲାନି ତାର ଉତ୍ତର ଦେବାକୁ ପଡ଼ିବ। ଏ ସରକାର ଖାଲି ମହିଳାଙ୍କୁ ବୋକା ବନାଉଛନ୍ତି କିନ୍ତୁ ଏଥର ସଫଳ ହେବେନି। ଏଥର ରାଜ୍ୟରେ ମହିଳା ଭୋଟ ବିଜେପି ପାଖକୁ ଆସିବ।

ପ୍ରକୃତରେ ମହିଳାମାନଙ୍କ ସରକାର ହେଲା ମୋଦି ସରକାର। ମୋଦି ସରକାର ସହ ମହିଳାମାନେ ଅଛନ୍ତି। ବିଜେଡି ଠାରୁ ମାତ୍ର ୧୫ ଲକ୍ଷ ଭୋଟ୍ କମ୍ ପାଇଥିଲା। ତେଣୁ କେବଳ ବିଜେଡି ନୁହେଁ ବିଜେପି ପାଖେ ବି ମହିଳା ଭୋଟ୍ ଅଛି। ବିଜେପି ବି ସାଂଗଠନିକ ଢାଞ୍ଚାରେ ସଂରକ୍ଷଣ ଦେଇ ନେତ୍ରୀ ତିଆରି କରୁଛି। ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲେସନ ଆଣୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ