ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ସରିବ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ସରଗରମ ରହିବ ଗୃହ । ରାଜ୍ୟର ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ । ଏହାକୁ ନେଇ ଗୃହ ଭିତରେ ତାତି, ବାହାରରେ ସରଗରମ ପରିସ୍ଥିତି । ମମିତା ମେହର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ରହସ୍ୟଜନକ ମୃତୁ୍ୟର ସତ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚିତ ହୋଇନାହିଁ । ପୋଲିସ ସତ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମୁଲତବି ପ୍ରସ୍ତାବ ଆଗତ କରିବାକୁ ବିରୋଧୀ ବିଜେପି ଅଣ୍ଟା ଭିଢିଛନ୍ତି ।