Masthead

ପାୱାର ଚ୍ୟାନେଲକୁ ଡେଇଁ ନିଖୋଜ ଛାତ୍ରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ପାୱାର ଚ୍ୟାନେଲକୁ ଡେଇଁଲେ ଭିସୁଟ୍ ଛାତ୍ରୀ । ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାତି ୧୦ଟାରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଡେଇଁପଡ଼ିଛନ୍ତି । ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚ୍ୟାନେଲକୁ ଡେଇଁ ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ । ଆଜି ସକାଳେ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଛି । କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ।

ସମାବର୍ତ୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟକୁ ଆସିଥିଲେ। କୌଣସି କାରଣରୁ ଡିପ୍ରେସନରେ ଥିଲେ । ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପାୱାର ଚାନେଲ ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 ହର୍ମୁଜ ପାଇଁ ବିପଦରେ ଦୁଇ ଦେଶ ଜନତା 🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 ହର୍ମୁଜ ପାଇଁ ବିପଦରେ ଦୁଇ ଦେଶ ଜନତା 🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା