Masthead

ଏରୋପ୍ଲେନ ବୟ ଆଦିତ୍ୟ

କଟକ(ବଡ଼ ଖବର ବ୍ୟୁରୋ): କଟକ ତୁଳସୀପୁର ମଠସାହି ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା । ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା । ସୋଲ ଓ ପଟିରେ ଖେଳୁ ଖେଳୁ ସେ ବନି ଯାଇଛି ଏରୋପ୍ଲେନ ବୟ। ଘରର ଗୋଟିଏ ବଖରାକୁ ଏୟାର୍ ବେସ ବନାଇବା ସହ ମହାନଦୀ କୂଳରେ ସବୁ ଦିନ ଉଡାଉଛି ନିଜ ହାତ ତିଆରି ନୂଆ ନୂଆ ଉଡା ଜାହାଜ ।

ମହାନଦୀର ବାଲୁକା ରାଶି ଉପରେ ଆକାଶରେ ଉଡୁଥିବା ଏହି ପ୍ଲେନଟିକୁ ଦେଖନ୍ତୁ । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ଯନ୍ତ୍ରଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହି ର ୧୪ ବର୍ଷିୟ ପ୍ଲେନ ବୟ ଆଦିତ୍ୟ ମହାରଣା । ଏଭଳି ଦଶ ପ୍ରକାର ଉଡାଜାହଜ ସେ ତିଆରି କରି ସେଥିରେ ବ୍ୟାଟେରୀ, ମଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭର ଏସି ଲଗାଇ ଏହାକୁ ଉଡାଉଛନ୍ତି । ଆଠ ବର୍ଷ ବୟସରୁ ଆଦିତ୍ୟ ଘରେ ଏଭଳି ଜିନିଷ ତିଆରି ଆରମ୍ଭ କରିଥିଲା। ପରେ ବାପା ମାଆ ପୁଅର ଆଗ୍ରହ କୁ ଦେଖି ତାକୁ ସବୁ ସହଯୋଗ ଦେଇଥିଲେ। ଫଳରେ ଛଅ ବର୍ଷ ମଧ୍ୟରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ଏବେ ଉଡାଜାହଜ ସହ ପାଣିଜାହଜ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍ ଓ ସାଇକେଲ ତିଆରି କରି ତାକୁ ଇଂଜିନ ଦ୍ବାରା ଚଳାଉଛନ୍ତି ।

ଆଦିତ୍ୟ ଭଲ ପାଠ ପଡୁଥିଲେ ସୁଦ୍ଧା ତାଙ୍କର ଏହି ଉଦ୍ଭାବନ ବା ସଫଳ କାମକୁ ସେ ପଢୁଥିବା ସ୍କୁଲ କିମ୍ବା କୌଣସି ବଡ ବିଜ୍ଞାନ ମେଳାରେ ପ୍ରୋତ୍ସାହନ ମିଳି ପାରୁନାହିଁ । ତୁଳସୀପୁର ହାଇସ୍କୁଲ ରେ ବିଜ୍ଞାନ ମେଳା ହେଉ ନଥିବା ବେଳେ ବାପା ବିପିନ ମହାରଣା ଜଣେ ଅଟୋ ଚାଳକ। ଘରେ ବୟସ୍କ ଜେଜେମାଆ ଓ ମାଆ ସମସ୍ତେ ଚାହୁଛନ୍ତି ଏତେ ଛୋଟ ବୟସରେ ପିଲାଟି ଉଡାଜାହଜ କରି ଉଡାଇଲାଣି, ତେଣୁ ତାକୁ ଉତ୍ସାହ ଓ ସ୍ବୀକୃତି ମିଳିଲେ ଭବିଷ୍ୟତରେ ବହୁତ କିଛି କରିପାରନ୍ତା।

ବିଭିନ୍ନ ପ୍ରକାର ର ଅଦରକାରୀ ଜିନିଷକୁ ବ୍ୟବହାର କରି ସେ ଏସବୁ ଜିନିଷ ପ୍ରସ୍ତୂତ କରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଖପାଖର ଲୋକେ। ଜଣେ ଅଟୋ ଚାଳକ ଭାବେ ପାରୁ ପର୍ୟ୍ୟନ୍ତ ଯନ୍ତ୍ରପାତି ଯୋଗାଉଛନ୍ତି ବାପା। ତେବେ ପାଠ ପଢୁଥିବା ସ୍କୁଲ କିମ୍ବା ବାହାରୁ ପ୍ରୋତ୍ସାହନ ପାଇଲେ ପିଲାଟିର ଏହି ପ୍ରକଳ୍ପଗୁଡ଼ିକ ଲୋକଲୋଚନକୁ ଆସି ପାରନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ