Masthead

ଦୋଷ ମୁକ୍ତ ହେଲେ ଶଶି ଥରୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ସାଂସଦ ଶଶୀ ଥରୁର ହେଲେ ଦୋଷ ମୁକ୍ତ । ଦିଲ୍ଲୀ କୋର୍ଟ ଶଶି ତରୁରଙ୍କୁ ସମସ୍ତ ଅଭିଯୋଗରୁ ଆଜି ମୁକ୍ତ କରିଛନ୍ତି । ସ୍ତ୍ରୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁର ଅଭିଯୋଗ ପରିସର ମଭଧ୍ୟକୁ ଆସିଥିଲେ । ଜାନୁଆରୀ ୧୭, ୨୦୧୪ରେ ସୁନନ୍ଦାଙ୍କର ଏକ ବଡ଼ ହୋଟେଲରେ ମୃତ୍ୟୁ ଘଟିଥିଲା । ଯେଉଁଠାରେ ଉଭୟ ଶଶି ଥରୁର ଓ ସୁନନ୍ଦା ରହିଥିଲେ । ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ନ। ଅଭିଯୋଗ କରିଥିଲେ ଯେ, ଶଶି ଥରୁରଙ୍କର ଏକ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସମ୍ପର୍କ ରହିଛି ବୋଲି ।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପୁଲିସ ତଦନ୍ତ କରି ଥରୁରଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ମଧ୍ୟ ଆଣିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଅନୁଯାୟୀ ପୁଲିସ ଏ ସଂକ୍ରାନ୍ତରେ ଦାୟର କରିଥିବା ଚାର୍ଜସିଟରେ ଏହାର ପ୍ରମାଣ ନାହିଁ। ଶଶୀ ଥରୁରଙ୍କ ପକ୍ଷରୁ ହାଜର ହୋଇ ଓକିଲ ବିକାଶ ପହ୍ୱା କହିଥିଲେ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କରେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତିନୋଟି ଭିନ୍ନ ଲ୍ୟାବରେ ଭିସେରାର ଫୋରେନସିକ୍ ଯାଞ୍ଚ ରିପୋର୍ଟକୁ ଦର୍ଶାଇଥିଲେ।

କୌଣସି ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଯାହା ବି ତାଙ୍କ ମହକିଲଙ୍କ ବିରୋଧରେ ଅଭିଯୋଗ ରହିଛି ତାହା କେବଳ କଳ୍ପନା ଜଳ୍ପନାରେ ସୀମିତ। ଏହାପରେ କୋର୍ଟ ସମସ୍ତ ପ୍ରମାଣକୁ ଦେଖିବା ପରେ ଥରୁରଙ୍କୁ ଅଭିଯୋଗମୁକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ