Masthead

ଆନ୍ଧ୍ର ପରେ ପଶ୍ଚିମବଙ୍ଗର ପାଚେରୀ

ଭୋଗରାଇ(ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ପରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି । ପାଚେରୀ ନିର୍ମାଣ ପାଇଁ ପୁଣି ବିବାଦୀୟ ସ୍ଥଳରେ ପହଞ୍ଚିଲେ ପଶ୍ଚିମବଙ୍ଗ ପ୍ରଶାସନ । ଦିନ ଗୋଟାଏ ବେଳେ ପଶ୍ଚିମବଙ୍ଗ ଦୀଘା ଶଙ୍କରପୁର ଉନ୍ନୟନ ଅଧିକାରୀ ମାନସ ମଣ୍ଡଳ ଦୀଘା ପୋଲିସ ସହିତ ଆସି ଓଡ଼ିଶାର ଅନ୍ୟତମ ମନୋରମ ବେଳାଭୂମି ଉଦୟପୁର ଠାରେ ପହଞ୍ଚି ବିବାଦୀୟ ସ୍ଥଳରେ ଓଡ଼ିଶା ପ୍ରଶାସନ ଦ୍ଵାରା ନିର୍ମାଣ ବନ୍ଦ କରାଯାଇଥିବା ପାଚେରୀକୁ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣ କରିବାକୁ ଆସିଛନ୍ତି ।

ଓଡ଼ିଶା ତାଳସାରି ମେରାଇନ ପୋଲିସ ସହିତ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ପରେ ମେରାଇନ ପୋଲିସ ସହିତ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଗତ ସାତ ତାରିଖରେ ପଶ୍ଚିମବଙ୍ଗ ପ୍ରଶାସନ ୟାସ ବାତ୍ୟାରେ ଭାଙ୍ଗିଥିବା ପଶ୍ଚିମବଙ୍ଗ ବେଲଭୂମିର ପୁନରୁଦ୍ଧାର କରୁଥିବା ବେଳେ ଓଡ଼ିଶାର ଉଦୟପୁର ସୀମା ଭିତରେ ଚାଳିଶ ଫୁଟ ଭିତରକୁ ପାଚେରୀ ନିର୍ମାଣ ଆରମ୍ଭ କରିଥିଲେ। ଭୋଗରାଇ ଅତିରିକ୍ତ ତହସିଲଦାର ଓ ମେରାଇନ ଥାନା ନିର୍ମାଣକୁ ବନ୍ଦ କରିଥିଲେ। ପରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ ଘଟଣାସ୍ଥଳ ପରିଦର୍ଶନ କରି ଆପୋଷ ଆଲୋଚନାରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ସ୍ଥାନୀୟ ବିଧାୟକ ଅନନ୍ତ ଦାସ ମଧ୍ୟ ନିର୍ମାଣସ୍ଥଳ ପରିଦର୍ଶନ କରି ଓଡ଼ିଶାର ଇଂଚେ ମାଟି ଛାଡିବା ନାଁହି ବୋଲି କହିଥିଲେ । ପରେ ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି ଉତ୍କଳ ସମ୍ମିଳନୀ ସମ୍ପାଦକ କମଳ ଚକ୍ରବର୍ତୀ ଘଟଣାସ୍ଥଳ ପରିଦର୍ଶନ କରି ସରକାରଙ୍କ ଉପରେ ବର୍ଷିଥିଲେ । ବାଲେଶ୍ଵର ଜିଲ୍ଲାପାଳ ମଧ୍ୟ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଆଜି ପୁଣି ପଶ୍ଚିମବଙ୍ଗ ପ୍ରଶାସନ ଆସି ପାଚେରୀ ତିଆରି କରିବ ବୋଲି କହିଛି ।

ତେବେ ମେରାଇନ ପୋଲିସ ଓ ସ୍ଥାନୀୟ ଅଧିବାସୀଙ୍କ ଜୋରଦାର ବିରୋଧ ପରେ ଦୁଇଘଣ୍ଟା ଭିତରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ଫେରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ପୁଣି ଯେକୌଣସି ସମୟରେ ସୀମାରେ ପାଚେରୀ ନିର୍ମାଣ କରି ପାରନ୍ତି । ଏହାର ସ୍ଥାୟୀ ସମାଧାନ କେବେ ହେବ? ପଶ୍ଚିମବଙ୍ଗ ପରି ଓଡ଼ିଶା ଯଦି ସୀମାରେ ପାଚେରୀ ତିଆରି ନ କରେ ତେବେ ଓଡ଼ିଶା ଉଦୟପୁର ଉପକୂଳର ଅନେକ ଗାଁ ସମୁଦ୍ରରେ ଲୀନ ହୋଇଯିବ। ତେବେ ଆଜି ଅପରାହ୍ନ ପାଞ୍ଚଟାରେ ଭୋଗରାଇ ତହସିଲଦାର ଉଦୟପୁର ଯାଇ ବିବାଦୀୟ ପାଚେରୀ ସ୍ଥଳ ରେ ୧୪୪ ଧାରା ଜାରି କରିବା ସହିତ ନାଲି ପତାକା ପୋତି ପଶ୍ଚିମବଙ୍ଗ ପ୍ରଶାସନକୁ ମୁହଁ ତୋଡ଼ ଜବାବ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ