Masthead

ଆଜି ଆସିବ ରାଜ୍ୟ ବଜେଟ୍: ଅପରାହ୍ନରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାର ଅଧିବେଶନର ଚତୁର୍ଥ ଦିନ କ୍ଷ ଗୃହରେ ମୋହନ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ ହେବ କ୍ଷ ଅପରାହ୍ନରେ ୨୦୨୪- ୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ । ବଜେଟ ର ଆକାର ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି କ୍ଷ ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ବଜେଟ ଆଣିପାରନ୍ତି ସରକାର। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କି ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସଭିଙ୍କ ନଜର ରହିଛି କ୍ଷ ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଏଏସଓଙ୍କୁ ନ୍ୟାୟ ଦେବା ଦାବି ଗୃହରେ ଉଠାଇ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ବିଜେଡି ।

ସେହିପରି କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ କରି କଂଗ୍ରେସ ବିଧାନସଭାରେ ପ୍ରତିବାଦ କରିଛି କ୍ଷ ଯାହାକୁ ନେ଼ଇ ଶାସକ ଓ ବିରୋଧୀ ଗୃହରେ ମୁହାଁମୁହିଁ । ସେପଟେ ଆଜି ପ୍ରଶ୍ନକାଳରେ ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି,ପରିବହନ, ଯୋଜନା ଓ ସଂଯୋଜନ , ସୂଚନା ଓ ଲୋକସମ୍ପର୍କ ଏବଂ ବାଣିଜ୍ୟ ଭଳି ବିଭାଗ ରହିଛି। ଯାହା ମଧ୍ୟରୁ ଅନେକ ବିଭାଗର ଖୋଦ୍ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଛି। ଯାହା ପାଇଁ ଆଜି ଗୃହରେ ପ୍ରଶ୍ନକାଳ ସମୟ ବେଶ ସରଗରମ ରହିବ। ତେବେ ପ୍ରଶ୍ନ କାଳ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନେ୍ଦହ ସୃଷ୍ଠି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା