Masthead

ସାପ କାମୁଡାରେ ଭାଇ ଭଉଣୀ ମୃତ

ଆଳି (ବଡ଼ ଖବର ବ୍ୟୁରୋ): ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ଗ୍ରାମରର ଅରୁଣ କୁମାର ଦାସଙ୍କ ପୁଅ ଅଭିଷେକ ଦାସ (୧୧) ଝିଅ ଭୂମିକା ଦାସ (୩)ଙ୍କ ମୃତ ହୋଇଛି । ରାତିରେ ଝଡ଼ବର୍ଷା ସମୟରେ ଘରେ ଶୋଇଥିବା ସମୟରେ ଭାଇ ଭଉଣୀଙ୍କ ଏକ ବିଷାକ୍ତ ସାପ କାମୁଡିଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ ଠାରୁ ପ୍ରକାଶ, ରାତିରେ ଖାଇ ସାରି ଘରେ ଶୋଇଥିବା ସମୟରେ ପୁଅକୁ ସାପ କାମୁଡିବାରୁ ତା ହାତରୁ ରକ୍ତ ବାହରିଥିଲା । ଲୋକମାନେ ସାପକୁ ମଶାରୀ ଭିତରେ ଖେଳୁଥିବାର ଦେଖିବାକୁ ପାଇଥିଲେ । ହେଲେ ସାପ ହଠାତ କେଉଁଆଡେ ପଳେଇଥିଲା । ପୁଅକୁ ପରିବାର ଲୋକେ ସଙ୍ଗେସଙ୍ଗେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ । ପୁଅର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ମେଡିକାଲକୁ ନେଇଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଝିଅକୁ ସାପ କାମୁଡି ଥିବାର ପରିବାର ଲୋକେ ଜାଣିପାରି ନ ଥିଲେ । କିଛି ସମୟ ପରେ ଝିଅ ପାଟିରୁ ନାଳ ବାହାରିବା ସହ ପେଟ ବଥା ହୋଇଥିଲା । ପରେ ୩ ବର୍ଷ ଝିଅ ଭୂମିକାର ମୃତ ହେଇଥିଲା। ଖବର ଜାଣିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ