Masthead

ସିଂହ ପରେ ହାତୀଙ୍କ କୋଭିଡ଼ ଟେଷ୍ଟ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ) ସିଂହ ପରେ ହାତୀଙ୍କ କୋଭିଡ ଟେଷ୍ଟ । ଚେନ୍ନାଇର ବାନ୍ଦାଲୁର ଚିଡିଆଖାନାରେ ୯ସିଂହଙ୍କ କୋଭିଡ କୋଭିଡ୍ ଟେଷ୍ଟ ପରେ ତାମିଲନାଡୁ ସରକାର ଆଉ ଏକ ପାଦ ଆଗକୁ ପକାଇଛନ୍ତି । ରାଜ୍ୟବ୍ୟାପୀ ସମସ୍ତ ପଶୁଙ୍କର କୋଭିଡ ଟେଷ୍ଟ କରିବାକୁ ତାମିଲନାଡୁ ଜଙ୍ଗଲମନ୍ତ୍ରୀ କେ ରାମଚନ୍ଦ୍ରନ୍ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରରେ କେବଳ ମଣିଷମାନେ ପ୍ରଭାବିତ ହୋଇନାହାନ୍ତି, ପଶୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି । ଚେନ୍ନାଇର ବାନ୍ଦାଲୁର ଚିଡିଆଖାନାର ୯ସିଂହ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାମିଲନାଡୁର କଙ୍ଗଲ ବିଭାଗ ଅଧିକାରୀମାନେ ମୁଦୁମଲାଇରେ ୨୮ଟି ହାତୀଙ୍କର କୋଭିଡ ଟେଷ୍ଟ କରାଇଛନ୍ତି ।

ତାମିଲନାଡୁର ସମସ୍ତ ଚିଡିଆଖାନାର ପଶୁମାନଙ୍କର କୋଭିଡ ଟେଷ୍ଟ ପାଇଁ ଜଙ୍ଗଲ ମନ୍ତ୍ରୀ କେ ରାମଚନ୍ଦ୍ରନ ନିର୍ଦ୍ଦେଶ ଦେବା ପରେ ମୁଦୁମଲାଇରେ ୨୮ହାତୀଙ୍କର କୋଭିଡ ଟେଷ୍ଟ କରାଯାଇଛି । ଜଙ୍ଗଳମନ୍ତ୍ରୀ କହିଛନ୍ତି, ପରୀକ୍ଷା ରିପୋର୍ଟରୁ ପଜିଟିଭ ଆସିଲେ ହାତୀମାନଙ୍କୁ ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା କରାଯିବ । ରାଜ୍ୟ ଜଙ୍ଗଲ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିଳଗିରି ଜିଲ୍ଲାର ଥେପାକ୍କାଡୁ ହାତୀ ଶିବିର, କୋଏମ୍ବାଟୁର ଜିଲ୍ଲାର ଟୋପସିଲ୍ପ କୁମ୍କି ହାତୀ ଶିବିରରେ ପର୍ଯ୍ୟୟକ୍ରମେ ହାତୀମାନଙ୍କର କୋଭିଡ ଟେଷ୍ଟ କରାଯିବ । ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ଥେପାକ୍କାଡୁ ହାତୀ ଶିବିରରେ ମଙ୍ଗଳବାର ୨୮ହାତୀଙ୍କର କୋଭିଡ ଟେଷ୍ଟ କରାଯାଇଛି । ନମୁନା ଉତ୍ତରପ୍ରଦେଶର ଇଣ୍ଡିଆନ୍ ଭେଟେନାରୀ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍କୁ ପରୀକ୍ଷା ପାଇଁ ପଠାଯାଇଛି । ପଶୁଙ୍କୁ କରୋନା ଆକ୍ରାନ୍ତ କରୁଥିବା ଜଣାପଡିବା ପରେ ବାନ୍ଦାଲୁର ଚିଡିଆଖାନାକୁ ଗତ ମାସରୁ ବନ୍ଦ କରିଦିଆଯାଇଛି । ୫ସିଂହଙ୍କ ସ୍ୱାସ୍ଥ୍ୟରେ ଅବନତି ଘଯୁଥିବାରୁ ମେ ୨୫ରେ ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୧୧ ସିଂହଙ୍କ ନମୁନା ସଂଗ୍ରହ କରିଥିଲେ । ସିଂ କରୋନା ପଜିଯିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ବର୍ଷର ସିଂ ଲୀଳାର ଜୁନ୍ ୩ରେ ମୃତ୍ୟୁ ହୋଇଥିଲା । ଅନ୍ୟ ୮ସିଂହଙ୍କୁ ସଂଘରୋଧରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ