Masthead

ଅବଢ଼ା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, (ବଡ଼ ଖବର ବ୍ୟୁରୋ) : କୋଭିଡ୍-୧୯ ସମଗ୍ର ବିଶ୍ୱକୁ କବଳିତ କରିଛି । ପ୍ରଭାବିତ ହୋଇଛି ଜନ ଜୀବନ । ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢି଼ଚାଲିଛି । ସଂକ୍ରମଣ ରୋକିବା ପାଇଁ ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନକୁ ଲୋକମାନେ ପାଳନ କରୁଛନ୍ତି । ପରିସ୍ଥିତିରେ ଏବେ ସୁଧାର ଆସୁଛି । ବନ୍ଦ ହୋଇଥିବା ଦୋକାନ ବଜାର, ମାର୍କେଟ କମ୍ପେ୍ଲକ୍ସ, ସପିଂମଲ ପ୍ରଭୃତି ଖୋଲିବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡିକରେ ଏବେ ଆରମ୍ଭ ହେଲାଣି ଭକ୍ତଙ୍କ ଯାତାୟତ । କିନ୍ତୁ ପୁରୀ ଶ୍ରୀ ମନ୍ଦିର ଖୋଲିପାରୁ ନାହିଁ ।

 

ଆସୁଛି କାର୍ତ୍ତିକ ମାସ । ୨୭ ବର୍ଷ ପରେ ଶ୍ରୀ ଜିଉମାନଙ୍କର ହେବ ନାଗାର୍ଜୁନ ବେଶ । କାର୍ତ୍ତିକ ମାସରେ ଭକ୍ତଙ୍କ ପାଇଁ ସୁବିଧା କରାଯାଇଛି । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର କରାଯାଇ ଅବଢ଼ା ବିକ୍ରି କରାଯିବ । ଟୋକନ କାଟିବା ପରେ ଶ୍ରଦ୍ଧାଳୁମାନେ ଅବଢ଼ା ପାଇପାରିବେ ।ତେଣେ ଜୁଲାଇ ୭ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହରର ଶବଦାହ କରାଯାଉନଥିଲା । ଏହି କଟକଣାକୁ ଜିଲ୍ଲା ପ୍ରଶାସନ ଉଠାଇ ଦେଇଛି । ଆଜି ସ୍ୱର୍ଗଦ୍ୱାରକୁ ଅଗ୍ନିଶମ ବାହିନୀ ସାନିଟାଇଜ୍ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା