Masthead

ଅବଢ଼ା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, (ବଡ଼ ଖବର ବ୍ୟୁରୋ) : କୋଭିଡ୍-୧୯ ସମଗ୍ର ବିଶ୍ୱକୁ କବଳିତ କରିଛି । ପ୍ରଭାବିତ ହୋଇଛି ଜନ ଜୀବନ । ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢି଼ଚାଲିଛି । ସଂକ୍ରମଣ ରୋକିବା ପାଇଁ ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନକୁ ଲୋକମାନେ ପାଳନ କରୁଛନ୍ତି । ପରିସ୍ଥିତିରେ ଏବେ ସୁଧାର ଆସୁଛି । ବନ୍ଦ ହୋଇଥିବା ଦୋକାନ ବଜାର, ମାର୍କେଟ କମ୍ପେ୍ଲକ୍ସ, ସପିଂମଲ ପ୍ରଭୃତି ଖୋଲିବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡିକରେ ଏବେ ଆରମ୍ଭ ହେଲାଣି ଭକ୍ତଙ୍କ ଯାତାୟତ । କିନ୍ତୁ ପୁରୀ ଶ୍ରୀ ମନ୍ଦିର ଖୋଲିପାରୁ ନାହିଁ ।

 

ଆସୁଛି କାର୍ତ୍ତିକ ମାସ । ୨୭ ବର୍ଷ ପରେ ଶ୍ରୀ ଜିଉମାନଙ୍କର ହେବ ନାଗାର୍ଜୁନ ବେଶ । କାର୍ତ୍ତିକ ମାସରେ ଭକ୍ତଙ୍କ ପାଇଁ ସୁବିଧା କରାଯାଇଛି । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର କରାଯାଇ ଅବଢ଼ା ବିକ୍ରି କରାଯିବ । ଟୋକନ କାଟିବା ପରେ ଶ୍ରଦ୍ଧାଳୁମାନେ ଅବଢ଼ା ପାଇପାରିବେ ।ତେଣେ ଜୁଲାଇ ୭ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହରର ଶବଦାହ କରାଯାଉନଥିଲା । ଏହି କଟକଣାକୁ ଜିଲ୍ଲା ପ୍ରଶାସନ ଉଠାଇ ଦେଇଛି । ଆଜି ସ୍ୱର୍ଗଦ୍ୱାରକୁ ଅଗ୍ନିଶମ ବାହିନୀ ସାନିଟାଇଜ୍ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ