Before Header

ନନ୍ଦନକାନନରେ ପର୍ଯ୍ୟଟକ ଭୋକିଲା

0 116

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ନନ୍ଦନକାନନର ସ୍ଥାନ ସ୍ୱତନ୍ତ୍ର। ପର୍ଯ୍ୟଟନ ଋତୁ ଆସିଲେ ଲୋକେ ବେଶି ମନେ ପକାନ୍ତି ନନ୍ଦନକାନନକୁ। ଖରା, ବର୍ଷା ଓ ଶୀତରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ କିଛି ମୁହୂର୍ତ୍ତ ପାଇଁ ଏଠାରେ ଥିବା ପ୍ରାକୃତିକ ପରିବେଶରେ ନିଜକୁ ହଜାଇ ଦେଇଥାନ୍ତି।
ଆଗକୁ ଆସୁଛି ପର୍ଯ୍ୟଟନ ଋତୁ। କୋଭିଡ-୧୯ ପାଇଁ ମାର୍ଚ୍ଚ ୧୫ରୁ ଦୀର୍ଘ ୭ ବନ୍ଦ ପଡିଥିବା ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ବଟାନିକାଲ ଗାର୍ଡେନ ଅକ୍ଟୋବର ୪ରେ ଖୋଲାଛି । ଏବେ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼। ସେପଟେ ବଣଭୋଜି ନ କରିବା ପାଇଁ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ବଟାନିକାଲ ଗାର୍ଡେନରେ ନୂଆକରି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ନାକ୍ସ ବାର ଏବେ ଭୂତକୋଠି ପାଲଟିଛି । ଶହ ଶହ ପର୍ଯ୍ୟଟକ ଏଠାରେ ଖାଦ୍ୟ ନପାଇ ଭୋକ ଉପାସରେ ଫେରୁଛନ୍ତି ।
ଆଜି ‘ବଡ଼ ଖବର’ ପ୍ରତିନିଧି ଖବର ସଂଗ୍ରହ କରିବାକୁ ନନ୍ଦନକାନ ଯାଇଥିଲେ । କେତେକ ପର୍ଯ୍ୟଟକ ସ୍ନାକ୍ସ ବାରରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ।
ଏହି ସ୍ନାକ୍ସ ବାରକୁ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ୨୦୧୮ ମାର୍ଚ୍ଚ ୧୪ ରେ ଉଦଘାଟନ କରିଥିଲେ। ପର୍ଯ୍ୟଟକଙ୍କ କହିବା ଅନୁସାରେ ସ୍ନାକ୍ସ ବାରରେ ଗରମ ଖାଦ୍ୟ ଫଟା ଫଟ ମିଳୁଥିଲା। ପରବର୍ତ୍ତୀ ସମୟରେ ପରସା ଗଲା ଥଣ୍ଡା ଖାଦ୍ୟ । ତାହା ପୁଣି ବାସି। କେବଳ ସ୍ନାକ୍ସ ବଦଳରେ ଧଣ୍ଡା ପାନୀୟରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରାଯାଉଥିଲା। ଫଳରେ ଉଦଘାଟନର କିଛି ମାସ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଲା।
ପର୍ଯ୍ୟଟକଙ୍କୁ ସ୍ୱାଦିଷ୍ଠ ଖାଦ୍ୟ ପରସା ନଯିବାରୁ ୨୦୧୯ଫେବ୍ରୁଆରୀରୁ ସ୍ନାକ୍ସ ବାରକୁ ବନ୍ଦ । ସ୍ନାକ୍ସବାରରେ ଗଛଲତା ମାଡି ଭୂତକୋଠିରେ ପରିଣତ ହୋଇଛି।
ପର୍ଯ୍ୟଟନ ଋତୁ ଆଗକୁ ଆସୁଥିବାରୁ ଖୁବଶୀଘ୍ର ଏହି ସ୍ନାକ୍ସ ବାରକୁ ଚାଲୁ କରିବା ପାଇଁ ଦାବି ହୋଇ ଆସୁଛି । ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ।

Leave A Reply

Your email address will not be published.