Masthead

ପିଆଜ, ଟମାଟୋ ପରେ ଏବେ ରସୁଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କନ୍ଦାଉଛି ରସୁଣ । ପିଆଜ, ଚମାଟୋ ପରେ ଏବେ ରସୁଣର ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ହୋଇଛି । ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣର ଦାମ ଏବେ ଆକାଶ ଛୁଆଁ । ୧୦୦ ଗ୍ରାମ କିଣିବା ପାଇଁ ବି ବହୁବାର ଚିନ୍ତା କରିବାକୁ ପଡୁଛି। ବର୍ତ୍ତମାନ ଏହାର ଦାମ ୨୦୦ କି ୩୦୦ ନୁହେଁ କିଲୋଗ୍ରାମ ପିଛା ୫୦୦ ଟଙ୍କାରେ ପହଞ୍ଚିଲାଣି। କେବଳ ଦର ବଢିନି , ବଜାରରେ ପର୍ୟ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ନାହିଁ।

ରାଜ୍ୟରେ ଚାଷୀ ଆଉ ରସୁଣ ଚାଷ କରୁନାହାନ୍ତି, ତେଣୁ ବଜାରକୁ ରାଜ୍ୟ ଭିତରୁ ରସୁଣ ଭୁବନେଶ୍ଵର, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ପରି ବଡ଼ ସହରକୁ ଆସୁନାହିଁ। ପୂର୍ବରୁ ଚାଷୀ ପନିପରିବା ସହିତ ରସୁଣ ଚାଷ କରୁଥିଲେ। ଖାଇବା ପାଇଁ ଘରେ କିଛି ରସୁଣ ରଖ୍ ବାକି ବଜାରକୁ ଛାଡ଼ୁଥିଲେ। ଏବେ ଆଉ ଓଡ଼ିଶାର ଚାଷୀମାନେ ରସୁଣ ଚାଷ କରୁନାହାନ୍ତି। ଯେଉଁ ଚାଷୀ ଚାଷ କରୁଛନ୍ତି, ସେମାନେ ନିଜେ ଖାଇବା ପାଇଁ ଘରେ ମେଣ୍ଟି କରି ରଖୁଛନ୍ତି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ କଟକର ଆଠଗଡ଼ ଏବଂ ବାଙ୍କୀ ଅଞ୍ଚଳର ଚାଷୀ ଉକ୍ତ ଚାଷ କରୁଥିବାବେଳେ ଭଦ୍ରକ, ଯାଜପୁର, ନୟାଗଡ଼ ଅଞ୍ଚଳର ଚାଷୀ ମଧ୍ୟ କରୁଥିଲେ।

ଦକ୍ଷିଣ ଓଡ଼ିଶାର କୋରାପୁଟରେ ସର୍ବାଧିାକ ରସୁଣ ଚାଷ ହେଉଥିଲା। ବଲାଙ୍ଗୀର, ଟିଟିଲାଗଡ଼, ପୁରୀର ପିପିଲି ଅଞ୍ଚଳରେ ଏହି ଚାଷ ହେଉଛି । ବାଙ୍କୀ, ଆଠଗଡ଼ ଏବଂ ପିପିଲି ଅଞ୍ଚଳରୁ ଭୁବନେଶ୍ୱର ଏବଂ କଟକ ହାଟକୁ ରସୁଣ ଆସୁଥିଲା। ବିଗତ କିଛି ବର୍ଷ ହେଲା ଏସବୁ ଅଞ୍ଚଳରୁ ବଜାରକୁ ଆସୁନାହିଁ। ବେପାରୀମାନେ ବାଧ୍ୟ ହୋଇ ବାହାର ରାଜ୍ୟରୁ ରସୁଣ ଆମଦାନୀ କରୁଛନ୍ତି। ଦେଶର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଇଟାନଗର, ଜାମୁନଗରରେ ସବୁଠୁ ଅଧିକ ରସୁଣଚାଷ ହେଉଥିଲା। କିନ୍ତୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କମ୍ ଉତ୍ପାଦନ ଥିଣବା କାରଣରୁ ରାଜ୍ୟରେ ଏହି ଦର ବୃଦ୍ଧି ପାଉଥି ବା କୁହାଯାଉଛି। ରାଜ୍ୟର ବେପାରୀ ଏହି ଅଞ୍ଚଳରୁ ରସୁଣ ଆମଦାନୀ କରିଥାନ୍ତି।

ଗୁଜରାଟରୁ ଓଡ଼ିଶାବଜାରକୁ ସବୁଠୁ ଅଧିକ ରସୁଣ ଆମଦାନୀ କରାଯାଉଥିଲା। ସେଠାରେ ଏହା ଶେଷ ହୋଇଯିବାରୁ ବ୍ୟବସାୟୀ ମଧ୍ୟପ୍ରଦେଶରୁ ଆମଦାନୀ କରୁଛନ୍ତି । ମଧ୍ୟପ୍ରଦେଶ ରସୁଣ ସରିବା ପରେ ପୁଣି ବେପାରୀ ରାଜସ୍ଥାନରୁ ଆମଦାନୀ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ପ୍ରତିବର୍ଷ ଗୁଜରାଟ,ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଓଡ଼ିଶାକୁ ରସୁଣ ଯୋଗାଇ ଥାଏ। ଚଳିତ ବର୍ଷ ଉତ୍ତର ଭାରତରେ ଅଧିକ ଶୀତ ହୋଇଥିବାରୁ ସେଠାରେ ରସୁଣ ଶୁଖୁଲା ବୋଲି କୁହାଯାଉଛି । ସେପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ଦିନ ଲାଗିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା