Masthead

ପଞ୍ଜାବ ପରେ ଏବେ ଛତିଶଗଡ଼ କଂଗ୍ରେସରେ କଳହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ବଢ଼ୁଛି କନ୍ଦଳ । ଦିନକୁ ଦିନ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳହ ସାମ୍ନାକୁ ଆସୁଛି । ପଞ୍ଜାବ କଂଗ୍ରେସ କନ୍ଦଳ ଏପର୍ଯ୍ୟନ୍ତ ଶାନ୍ତ ପଡ଼ିନଥିବା ବେଳେ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଛି ବିବାଦ । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ନୂଆଦିଲ୍ଲୀରେ ଚାପ ପକାଉଛନ୍ତି ରାଜ୍ୟ କଂଗ୍ରେସ ଦଳ । ପାର୍ଟିର ମୁଖ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲ ଦଳର କିଛି ବରିଷ୍ଠ ନେତା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବଙ୍କ ମଧ୍ୟରେ ବଢ଼ିଛି ବିବାଦ । ଏହି ଦୁଇ ନେତା ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଟିଏସ ସିଂଦେବଙ୍କ ସମର୍ଥକମାନେ କହିଛନ୍ତି କି ସରକାର ଗଠନ ବେଳେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇଥିଲା । ଆଉ ବର୍ତ୍ତମାନ ସିଂଦେବ ମୁଖ୍ୟମନ୍ତ୍ରୀ ହେବା କଥା । ସେପଟେ ବଘେଲଙ୍କ ସହଯୋଗୀ କହିଛନ୍ତି ସେପରି କିଛି ସହମତି ହୋଇନଥିଲା । ତେବେ ବର୍ତ୍ତମାନ ଏହି ଦୁଇ ନେତା ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଏବାବଦରେ ଭେଟି ଜଣାଇବେ । ଏହି ବୈଠକରେ କଂଗ୍ରେସ ପ୍ରଭାରୀ ପିଏଲ ପୁନିଆ ମଧ୍ୟ ଯୋଗ ଦେବେ । ତେବେ ୨୦୧୮ ଡିସେମ୍ବର ମାସରେ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବଘେଲ ଓ ସିଂଦେଓଙ୍କ ମଧ୍ୟରେ ସଂପର୍କ ସହଜ ହୋଇପାରି ନଥିଲା । ହେଲେ କଂଗ୍ରେସ ବିଧାୟକ ବୃହଷ୍ପତି ସିଂ ଟିଏସ ସିଂଦେବଙ୍କ ନାମରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ଆଣିବା ପରେ ବିବାଦ ଉଗ୍ରରୂପ ନେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର