Masthead

ଭାରରେ ବୁହାହେଲେ ଗର୍ଭବତୀ

ବୈପାରିଗୁଡ଼ା(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲାରେ ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବଲାନ୍ସ । ଭାରରେ ୪କିମି ବୁହାହେଲେ ପ୍ରସୂତି । ବୈପାରୀଗୁଡ଼ାର ଏଭଳି ଦୃଶ୍ୟ ସ୍ୱାସ୍ଥ୍ୟ ବିଭାଗର ଅସଲ ଚେହେରା ପଦାରେ ପକାଇ ଦେଇଛି । ଗତକାଲି ବୈପାରୀଗୁଡ଼ ବ୍ଲକ ତଳଗୁଞ୍ଜୀ ଗ୍ରାମର କୁନା ମୁଦୁଲିଙ୍କ ସ୍ତ୍ରୀ ଚଞ୍ଚଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ଡ଼ାକ୍ତରଖାନା ନେବା ପାଇଁ ସ୍ଥାନୀୟ ଆଶାକର୍ମୀ ରାଜେଶ୍ୱରୀ କାଣ୍ଡଲିଆ ଓ ସମାଜସେବୀ ମଧୂସୁଦନ ମାଳି ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ କରିଥିଲେ । ଯୋଗାଯୋଗ ହୋଇନପାରିବାରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫୋନ କରିଥିଲେ । ସେଠି ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଗ୍ରାମବସୀଙ୍କ ସହୟତାରେ ଦୁଇଜଣ ଚଞ୍ଚଳାଙ୍କୁ ଭାରରେ ଦୀର୍ଘ ଚାରି କିଲୋମିଟର ବୋହିଥିଲେ । ସେମାନେ ତଲା ଛକରେ ପହଁଚିବା ପରେ ଲମତାପୁଟରୁ ଆସିଥିବା ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡ଼ା ମେଡିକାଲରେ ଚଞ୍ଚଳାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି