Masthead

ପ୍ରଥମ ଥର ଗ୍ରୀନଲ୍ୟାଣ୍ଡରେ ବର୍ଷା, ବଢ଼ିବ ସମୁଦ୍ରର ଜଳପତ୍ତନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗ୍ରୀନଲ୍ୟାଣ୍ଡରେ ବର୍ଷା । ବରଫାବୃତ ଗ୍ରୀନଲ୍ୟାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶେଷ କରି ପରିବେଶବିତ ମାନେ ଅଧିକ ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନଙ୍କ ମତରେ ଏହା ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ଼ ପ୍ରଭାବ । ଏଥିପାଇଁ ଗ୍ଲୋବାଲ ୱାର୍ମିଂ ହିଁ ଦାୟୀ । ସାରା ବିଶ୍ୱକୁ ଏହା ଏକ ବଡ଼ ବିପଦ । ଅଗଷ୍ଟ ୧୪ ତାରିଖରେ ସମୁଦ୍ର ପତ୍ତନ ଠାରୁ ୩ହଜାର ମିଟର ଉପରେ ଥିବା ବରଫ ଦେଶରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା ।

ଏନେଇ ଆମେରିକାର ସ୍ନୋ ଆଣ୍ଡ୍ ଆଇସ୍ ଡାଟା ସେଣ୍ଟର ସୂଚନା ଦେଇଥିଲା । ତେବେ ପରିବେଶବିତଙ୍କ ମତରେ କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସରୁ ଅଧିକ ରହିବା ଦରକାର । ଏଥିରୁ ତାପମାତ୍ରା ଟିକେ କମ୍ ହେଲେ ମଧ୍ୟ ବର୍ଷା ହୋଇପାରେ । ଜାତୀୟ ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର ଅନୁଯାୟୀ, ଅଗଷ୍ଟ ୧୪ ରୁ ୧୬ ପର୍ୟ୍ୟନ୍ତ ତିନି ଦିନ ମଧ୍ୟରେ ଗ୍ରୀନ୍‌ଲାଣ୍ଡରେ ୭ ଟନ୍ ବର୍ଷା ହୋଇଥିଲା। ୧୯୫୦ ମସିହାରେ ତଥ୍ୟ ସଂଗ୍ରହ ହେବା ପରଠାରୁ ଏହା ହେଉଛି ସର୍ବାଧିକ ବର୍ଷା। ଗ୍ରୀନଲ୍ୟାଣ୍ଡରେ ବର୍ଷା ହେବାର ଅର୍ଥ, ସେଠାରେ ତାପମାତ୍ରା ବଢୁଛି, ନ ହେଲେ ସେଠାରେ ବର୍ଷା ହୁଅନ୍ତା ନାହିଁ।

ଏପରି କେବେ ହୋଇନଥିଲା ବୋଲି ପରିବେଶ ବିଜ୍ଞାନୀମାନେ କହିଛନ୍ତି। ବର୍ଷା ଏବଂ ଉଚ୍ଚ ତାପମାତ୍ରା ଯୋଗୁଁ ଦ୍ୱୀପପୁଞ୍ଜରେ ପ୍ରବଳ ବରଫ ତରଳିଛି। ରବିବାର ଦିନ ଭୂପୃଷ୍ଠ ବରଫରେ ବ୍ୟାପକ କ୍ଷତି ଘଟିଛି, ଯାହା ଅଗଷ୍ଟ ମଧ୍ୟଭାଗରେ ଦୈନିକ ହାରାହାରି ସାତଗୁଣ ବରଫ ତରଳି ଥିବା ରେକର୍ଡ କରାଯାଇଛି। ଏହି ରେକର୍ଡ ଭଙ୍ଗା ବର୍ଷା ଗ୍ରୀନଲାଣ୍ଡରେ ବରଫ ଚାଦରକୁ ପ୍ରଭାବିତ କରିଛି, ଯାହା ଜଳବାୟୁ ପରିବର୍ତ୍ତନକୁ ନେଇ ନୂଆ ଚେତାବନୀ ସୃଷ୍ଟି କରିଛି।

ଗତ ୨ ହଜାର ବର୍ଷ ମଧ୍ୟରେ ଗ୍ରୀନଲାଣ୍ଡର ତାପମାତ୍ରା କେବଳ ୯ ଥର ତାପମାତ୍ରା ଫ୍ରିଜିଂ ପଏଣ୍ଟ ଉପରେ ରହିଛି । ଏହା ଦ୍ୱାରା ବରଫ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ। ୨୧୦୦ ସୁଦ୍ଧା ସମୁଦ୍ର ଜଳସ୍ତର ୧୦ରୁ ୧୮ ସେଣ୍ଟିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା ଯେ, ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବା ଦ୍ୱାରା ପାରାଦୀପ ସମେତ ଦେଶର ଅନେକ ବଡ଼ ବଡ଼ ସହର ସମୁଦ୍ରରେ ବୁଡ଼ି ଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି