Masthead

ବାରମ୍ବାର ଅଭିଯୋଗ ପରେ ଷ୍ଟେସନ ସାମ୍ନାରୁ ହଟିଲା ଚିରା ଜାତୀୟ ପତାକା

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ବାରମ୍ବାର ଅଭିଯୋଗ ପରେ ବି ଜାତୀୟ ପତାକାକୁ ଠିକ୍ ସମ୍ମାନ ଦେଉନାହାନ୍ତି ଭାରତୀୟ ରେଳ କର୍ତ୍ତୃପକ୍ଷ ।  ୫ ଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନରେ ଲାଗିଥିବା ଜାତୀୟ ପତାକାଟି ଚିରିଯାଇଥିବା ଅଭିଯୋଗ ହୋଇଥିଲା । ଜଣେ ଭାରତୀୟ ନାଗରିକ ଭାବେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ବିଟ କରି ରେଳ କର୍ତ୍ତୃପକ୍ଷଙ୍କୁ ସୂଚାଇଥିଲେ ଯାଜପୁରର ସମାଜସେବୀ ରଜତ କୁମାର ପତି । ମାତ୍ର ୫ ଦିନ ପରେ ଜାତୀୟ ପତକା ପରିବର୍ତ୍ତନ କରିନଥିଲେ ।

ଯାହାଫଳରେ ଏହାକୁ ପରିବର୍ତ୍ତନ କରାଇବା ପାଇଁ ଦାବି ରଖି ଧାରଣାରେ ବସିଥିଲେ ଆଭିଯୋଗକାରୀ ରଜତ । ପାଖାପାଖି ୨ଘଣ୍ଟା ଧାରଣା ପରେ ବିଭାଗ ପକ୍ଷରୁ ଜାତୀୟ ପତାକା ପରିବର୍ତ୍ତନ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ତାଙ୍କ ପାଖରେ ପତାକା ଚିରିଥିବା ନେଇ କୌଣସି ସୂଚନା ନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ମାତ୍ର ଅଭିଯୋଗକାରୀଙ୍କ ଟ୍ବିଟ ପରେ ପରେ ହିଁ ବିଭାଗ ପକ୍ଷରୁ ତାଙ୍କୁ ଫୋନ୍ ଯୋଗେ ପତାକା ପରିବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ତେଣୁ ଏଥିରୁ ସ୍ପଷ୍ଟ ଯେ ବିଭାଗୀୟ ଅଧିକାରୀ ନିଜର କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ କରୁନାହାନ୍ତି । ଭାରତୀୟ ଧ୍ୱଜ ସଂହିତା ନିୟମ ଅନୁସାରେ ଚିରି ଯାଇଥିବା କିମ୍ବା ଫାଟି ଯାଇଥିବା ଜାତୀୟ ପତାକାକୁ ଉଡ଼ାଯିବା ଉଚିତ ନୁହେଁ ଏବଂ ଏହାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ । ମାତ୍ର ରେଳ ବିଭାଗର ଉଦାସୀନ ମନୋଭବ ଯୋଗୁଁ ବାରମ୍ବାର ଅସମ୍ମାନିତ ହେଉଛି ଜାତୀୟ ପତକା । ତେଣୁ ଏଥିପ୍ରତି ରେଳ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି କହିଛନ୍ତି ରଜତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ