Masthead

ବାରମ୍ବାର ଅଭିଯୋଗ ପରେ ଷ୍ଟେସନ ସାମ୍ନାରୁ ହଟିଲା ଚିରା ଜାତୀୟ ପତାକା

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ବାରମ୍ବାର ଅଭିଯୋଗ ପରେ ବି ଜାତୀୟ ପତାକାକୁ ଠିକ୍ ସମ୍ମାନ ଦେଉନାହାନ୍ତି ଭାରତୀୟ ରେଳ କର୍ତ୍ତୃପକ୍ଷ ।  ୫ ଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନରେ ଲାଗିଥିବା ଜାତୀୟ ପତାକାଟି ଚିରିଯାଇଥିବା ଅଭିଯୋଗ ହୋଇଥିଲା । ଜଣେ ଭାରତୀୟ ନାଗରିକ ଭାବେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ବିଟ କରି ରେଳ କର୍ତ୍ତୃପକ୍ଷଙ୍କୁ ସୂଚାଇଥିଲେ ଯାଜପୁରର ସମାଜସେବୀ ରଜତ କୁମାର ପତି । ମାତ୍ର ୫ ଦିନ ପରେ ଜାତୀୟ ପତକା ପରିବର୍ତ୍ତନ କରିନଥିଲେ ।

ଯାହାଫଳରେ ଏହାକୁ ପରିବର୍ତ୍ତନ କରାଇବା ପାଇଁ ଦାବି ରଖି ଧାରଣାରେ ବସିଥିଲେ ଆଭିଯୋଗକାରୀ ରଜତ । ପାଖାପାଖି ୨ଘଣ୍ଟା ଧାରଣା ପରେ ବିଭାଗ ପକ୍ଷରୁ ଜାତୀୟ ପତାକା ପରିବର୍ତ୍ତନ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ତାଙ୍କ ପାଖରେ ପତାକା ଚିରିଥିବା ନେଇ କୌଣସି ସୂଚନା ନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ମାତ୍ର ଅଭିଯୋଗକାରୀଙ୍କ ଟ୍ବିଟ ପରେ ପରେ ହିଁ ବିଭାଗ ପକ୍ଷରୁ ତାଙ୍କୁ ଫୋନ୍ ଯୋଗେ ପତାକା ପରିବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ତେଣୁ ଏଥିରୁ ସ୍ପଷ୍ଟ ଯେ ବିଭାଗୀୟ ଅଧିକାରୀ ନିଜର କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ କରୁନାହାନ୍ତି । ଭାରତୀୟ ଧ୍ୱଜ ସଂହିତା ନିୟମ ଅନୁସାରେ ଚିରି ଯାଇଥିବା କିମ୍ବା ଫାଟି ଯାଇଥିବା ଜାତୀୟ ପତାକାକୁ ଉଡ଼ାଯିବା ଉଚିତ ନୁହେଁ ଏବଂ ଏହାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ । ମାତ୍ର ରେଳ ବିଭାଗର ଉଦାସୀନ ମନୋଭବ ଯୋଗୁଁ ବାରମ୍ବାର ଅସମ୍ମାନିତ ହେଉଛି ଜାତୀୟ ପତକା । ତେଣୁ ଏଥିପ୍ରତି ରେଳ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି କହିଛନ୍ତି ରଜତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା