Masthead

ବନ୍ଧୁକ ଦେଖାଇ କାର ଲୁଟିନେଲେ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ ଗତ କାଲି ସନ୍ଧ୍ୟା ରେ ଦୁଇ ଜଣ ଯୁବକ ବଡ଼ବିଲ ଟ୍ୟାକ୍ସସି ଷ୍ଟାଣ୍ଡରେ ପହଞ୍ଚି ଏକ ଗାଡି ଭଡା ନେବା କଥା କହିଥିଲେ । ଯୁବକ ମାନେ ଏକ ଭୋଜିକୁ ଯିବା କଥା କହି ଡ୍ରାଇଭର ରାହୁଲଙ୍କ  (OD02BL8967) ଗାଡିରେ ଯାଇଥିଲେ ।

ତେବେ ଯୋଡ଼ା ବସ ଷ୍ଟାଣ୍ଡରୁ ଆଉ ତିନି ଜଣ ସେହି ଗାଡ଼ିରେ ବସି କେନ୍ଦୁଝର ଅଭିମୁଖେ ଯାଇଥିଲେ ।  ତେବେ ରାସ୍ତାରେ ଯୁବକ ନାମେ ମଦ ପିଇ ଡ୍ରାଇଭରକୁ ବନ୍ଧୁକ ଦେଖାଇ ମାରପିଟ କରିବା ସହ ଗାଡି ମାଲିକକୁ ୧୦୦୦୦ ଟଙ୍କା ମାଗିବା ପାଇଁ ଡ୍ରାଇଭର ରାହୁଲଙ୍କୁ ବାଧ୍ୟ କରିଥିଲେ ।  ତା ପରେ ରାହୁଲ ପାଖରୁ ୯୩୦୦ଟଙ୍କା ସୁନା ମୁଦି ଓ ମୋବାଇଲ ନେଇ ରାହୁଲକୁ ଜଙ୍ଗଲ ମଝିରେ ଛାଡି କାର ନେଇ ଫେରାର ହୋଇଯାଇଥିଲେ ।  ଡ୍ରାଇଭର ରାହୁଲ ହୋସ ଆସିବା ପରେ ନିକଟରେ ଥିବା ଗାଁ କୁ ଆସି ତାଙ୍କ ବାପା ଓ ଗାଡି ମାଲିକଙ୍କୁ ଫୋନରେ ଡାକିବା ସହ ବଡ଼ବିଲ ଥାନରେ ଏକ ଲିଖିତ ଅଭଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ