Masthead

ଗଛରେ ମଞ୍ଚାବାନ୍ଧି ରହୁଛନ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ନାବାଳକ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଅଦୃଶ୍ୟ ଭୂତାଣୁ କରୋନା କେତେ ଭୟଙ୍କର କାହାକୁ ଅଛପା ନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ସରକାରଙ୍କ ଗାଇଡ ଲାଇନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସରକାରୀ ନିୟମ ପାଳନ ପାଇଁ ଲୋକମାନେ ଭିନ୍ନ ତରିକା ଅବଲମ୍ବନ କରୁଛନ୍ତି । ତେଲେଙ୍ଗାର ଆଦିବାସୀ ଅଧ୍ୟୁଷିତ ଇଲାକାରେ ଜଣେ କରୋନା ପଜିଟିଭ ନାବଳକଙ୍କ ସଂଗରୋଧର ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ଗଛରେ ମଞ୍ଚାବାନ୍ଧି ବସିଥିବା ନାବାଳକ ଜଣକ କରୋନା ପଜିଟିଭ ।

ସେ ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନ୍ରେ ନରହି ସିଧା ଗଛରେ ଚଢିଯାଇଥିଲେ । ଆଉ ଗଛରେ ମଞ୍ଚାବାନ୍ଧି ସେଠାରେ ଦିନରାତି ରହୁଛନ୍ତି । ସ୍ୱଚ୍ଛ ପବନ ପାଉଛନ୍ତି, କାହା ସଂସ୍ପର୍ଶରେ ଆସୁନଥିବାରୁ ସଂକ୍ରମଣ ରୋକିବାରେ ମୁଖ୍ୟ ଭୂମିକା ମଧ୍ୟ ତୁଲାଉଛନ୍ତି । ଉକ୍ତ ବାଳକଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶାଂସା କରାଯାଉଛି । ତେଲେଙ୍ଗାନାର ନାଲକୋଣ୍ଡା ଜିଲ୍ଲା କୋଥାନାଣ୍ଡିକୋଣ୍ଡା ଏକ ପଡ଼ା ଗାଁ । ଏହି ଗାଁର ୧୮ବର୍ଷର ଯୁବକ ରାମଭକ୍ତ ଶିବ ନାୟକ । ରାମଭକ୍ତ ଅସୁସ୍ଥ ହେବାରୁ ସେ ମେ’ ୪ରେ ସ୍ଥାନୀୟ ଡାକ୍ତରଖାନାରେ କୋଭିଡ୍ ଟେଷ୍ଟ କରାଇଥିଲେ । ଆସିଥିଳା ପଜିଟିଭ ରିପୋର୍ଟ । ଡାକ୍ତର କିଛି ଔଷଧ ଦେଇ ରାମଭକ୍ତଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ । ଚିନ୍ତାରେ ପଡିଯାଇଥିଲେ ରାମଭକ୍ତଙ୍କ ପରିବାର ।

ଗୋଟିଏ ବଖରାରେ ବାପା, ମାଆ, ଭଉଣୀ, ଭାଇ ଓ ରାମଭକ୍ତ ରୁହନ୍ତି । ଆଉ ଘର ନଥିବାରୁ ବାଧ୍ୟ ହୋଇ ରାମଭକ୍ତ ଘରଆଗରେ ଥିବା ଖେଶଲା ଜାଗାରେ ଗୋଟିଏ ଦିନ ଏକୁଟିଆ ରହିଥିଲେ । ପରେ ତାଙ୍କ ମନକୁ ଏକ ଆଇଡିଆ ଆସିଲା । ଘରଠାରୁ ୭କିଲୋମିଟର ଦୂରରେ ଗଛରେ ଏକ ମଞ୍ଚାବାନ୍ଧି ରହିବାକୁ ଯୋଜନା କଲେ । ସେୟାହିଁ କଲେ । ଗଛର ଡାଳକାଟି ବାଉଁଶ ଓ ରସିବାନ୍ଧି ରାମଭକ୍ତ ତିଆରି କଲେ ମଞ୍ଚା । ସେଠାରେ ସେ ୧୧ ଦିନ ରହିଥିଲେ । ମଞ୍ଚାରେ ବସି ସେ ଭଲ ବହି ପଢିବା ସହ ସୁନ୍ଦର ସୁନ୍ଦର ସଂଗୀତ ଶୁଣୁଥିଲେ । ଦ୍ୱିତୀୟବାର ପରୀକ୍ଷା ପରେ ଏବେ କରୋନା ମୁକ୍ତବୋଲି ଜଣାପଡିବାରୁ ରାମଭକ୍ତ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା