Masthead

୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପି ଏମ୍‌ପି କଙ୍ଗନା ରାଣାୱତଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର ମହିଳା କନ୍‌ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ କୃଷକ ସଙ୍ଗଠନଗୁଡ଼ିକ ଆସନ୍ତା ୯ ତାରିଖରୁ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି।

କୃଷକମାନେ ରବିବାର ପଞ୍ଜାବର ମୋହାଲିରେ ‘ଇନ୍‌ସାଫ୍‌ ମାର୍ଚ୍ଚ’ କରିବାକୁ ବାହାରିଛନ୍ତି। ୩୫ ବର୍ଷୀୟା ପଞ୍ଜାବୀ ମହିଳା ଗାର୍ଡ କୁଲଓ୍ବିନ୍ଦର କୌର ଏକ ଭିଡିଓ ଜାରି କରି କହିଛନ୍ତି, ୨୦୨୦-୨୧ରେ କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ବିକ୍ଷୋଭ ବେଳେ କଙ୍ଗନା କହିଥିଲେ, ଏମାନେ ୧୦୦ ଟଙ୍କା ପାଇଁ ଆନ୍ଦୋଳନ କରୁଛନ୍ତି। ସେତେବେଳେ କୃଷକ ଆନ୍ଦୋଳନରେ ତାଙ୍କ ମା’ ମଧ୍ୟ ସାମିଲ ଥିଲେ ବୋଲି କୁଲଓ୍ବିନ୍ଦର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ