Masthead

ବୁଲା କୁକୁରଙ୍କୁ ଦେଉଛନ୍ତି ଚିକେନ ବିରିୟାନି, ଜାଣନ୍ତୁ କିଏ ସେହି ବ୍ୟକ୍ତି..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରେ ସବୁକ୍ଷେତ୍ର ପ୍ରଭାବିତ ହୋଇଛି । ସମାଜର କିଛି ବର୍ଗର ଲୋକମାନେ ଦିନକୁ ଦି’ମୁଠା ଯୋଗାଡ଼ କରିବାକୁ ଚଳାଇଛନ୍ତି ସଂଘର୍ଷ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ନାଗପୁରର ଜଣେ ଲୋକଙ୍କ ପଶୁପ୍ରୀତିକୁ ସମସ୍ତେ ସ୍ୟାଲୁଟ୍ କରୁଛନ୍ତି । ସେ ହେଲେ ରଣଜିତ ନାଥ । କରୋନା ମହାମାରୀ କାଳରେ ପ୍ରାୟ ୪୦କିଲୋଗ୍ରାମର ଚିକେନ୍ ବିରିୟାନି ପ୍ରତିଦିନ ୧୯୦ ବୁଲାକୁକୁଙ୍କୁ ଖାଇବାକୁ ଦେଉଛନ୍ତି । ରଣଜିତ କହିଛନ୍ତି ସେ ପ୍ରତି ରବିବାର, ବୁଧବାର ଓ ଶୁକ୍ରବାର କୁକୁରମାନଙ୍କ ପାଇଁ ୪୦ କିଲୋଗ୍ରାମ ଚିକେନ୍ ବିରିୟାନି ପ୍ରସ୍ତୁତ କରିଥାନ୍ତି ।

ମହାମାରୀ ସମୟରେ ଏହି ବୁଲାକୁକୁରମାନେ ତାଙ୍କ ପିଲା ସଦୃଶ ବୋଲି ରଣଜିତ୍ ଗର୍ବର ସହ କହିଛନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ସେ ଏହି କାମ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । କୁକୁରଙ୍କୁ ଖାଇବାକୁ େଽାରେ ସେ ବହୁତ ଆନନ୍ଦ ପାଆନ୍ତି ବୋଲି ମଧ୍ୟ କହିଛନ୍ତି । ରଣଜିତ ୧୦ରୁ ୧୨ଟି ସ୍ଥାନ ନିର୍ଦ୍ଧାରଣ କରିଛନ୍ତି । ଯେତେବେଳେ ଖାଦ୍ୟ ଦେବା ସମୟ ଆସେ, ଆଉ କୁକୁରମାନେ ତାଙ୍କୁ ଦେଖିଦିଅନ୍ତି, ତାଙ୍କ ପାଖକୁ ଦୌଡି ଆସନ୍ତି । ରଣଜିତ୍ କହିଛନ୍ତି, ଚିକେନ୍ ବିରିୟାନିରେ ମାଂସ କମ୍ ଓ ହାଡ଼ ବହୁତ ଥାଏ । ଅଧି ହାଡ଼ଥିବା କୁକୁଡ଼ା ମାଂସ କମ୍ ଦରରେ ମିଳୁଥିବାରୁ ଅଧିକ କୁକୁରଙ୍କୁ ଖାଇବାକୁ ଦେବା ସହଜ ହୋଇଥାଏ । ଗତ ଏକମାସ ହେବ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସେ କୁକୁରଙ୍କୁ ଚିକେନ୍ ବିରିୟାନୀ ଖାଇବାକୁ ଦେଇଆସୁଛନ୍ତି । ଖାଲି କୁକୁର ନୁହଁନ୍ତି, ରାସ୍ତାରେ ବୁୁଥିବା ଗାଈଗୋରୁଙ୍କୁ ଖାଇବାକୁ ଦେଇଥାନ୍ତି ବୋଲି ରଣଜିତ୍ କହିଛନ୍ତି । ବାସ୍ତବରେ ରଣଜିତଙ୍କ ଏଭଳି ପ୍ରୟାସ ଅନେକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା