Masthead

ବୁଲା କୁକୁରଙ୍କୁ ଦେଉଛନ୍ତି ଚିକେନ ବିରିୟାନି, ଜାଣନ୍ତୁ କିଏ ସେହି ବ୍ୟକ୍ତି..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରେ ସବୁକ୍ଷେତ୍ର ପ୍ରଭାବିତ ହୋଇଛି । ସମାଜର କିଛି ବର୍ଗର ଲୋକମାନେ ଦିନକୁ ଦି’ମୁଠା ଯୋଗାଡ଼ କରିବାକୁ ଚଳାଇଛନ୍ତି ସଂଘର୍ଷ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ନାଗପୁରର ଜଣେ ଲୋକଙ୍କ ପଶୁପ୍ରୀତିକୁ ସମସ୍ତେ ସ୍ୟାଲୁଟ୍ କରୁଛନ୍ତି । ସେ ହେଲେ ରଣଜିତ ନାଥ । କରୋନା ମହାମାରୀ କାଳରେ ପ୍ରାୟ ୪୦କିଲୋଗ୍ରାମର ଚିକେନ୍ ବିରିୟାନି ପ୍ରତିଦିନ ୧୯୦ ବୁଲାକୁକୁଙ୍କୁ ଖାଇବାକୁ ଦେଉଛନ୍ତି । ରଣଜିତ କହିଛନ୍ତି ସେ ପ୍ରତି ରବିବାର, ବୁଧବାର ଓ ଶୁକ୍ରବାର କୁକୁରମାନଙ୍କ ପାଇଁ ୪୦ କିଲୋଗ୍ରାମ ଚିକେନ୍ ବିରିୟାନି ପ୍ରସ୍ତୁତ କରିଥାନ୍ତି ।

ମହାମାରୀ ସମୟରେ ଏହି ବୁଲାକୁକୁରମାନେ ତାଙ୍କ ପିଲା ସଦୃଶ ବୋଲି ରଣଜିତ୍ ଗର୍ବର ସହ କହିଛନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ସେ ଏହି କାମ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । କୁକୁରଙ୍କୁ ଖାଇବାକୁ େଽାରେ ସେ ବହୁତ ଆନନ୍ଦ ପାଆନ୍ତି ବୋଲି ମଧ୍ୟ କହିଛନ୍ତି । ରଣଜିତ ୧୦ରୁ ୧୨ଟି ସ୍ଥାନ ନିର୍ଦ୍ଧାରଣ କରିଛନ୍ତି । ଯେତେବେଳେ ଖାଦ୍ୟ ଦେବା ସମୟ ଆସେ, ଆଉ କୁକୁରମାନେ ତାଙ୍କୁ ଦେଖିଦିଅନ୍ତି, ତାଙ୍କ ପାଖକୁ ଦୌଡି ଆସନ୍ତି । ରଣଜିତ୍ କହିଛନ୍ତି, ଚିକେନ୍ ବିରିୟାନିରେ ମାଂସ କମ୍ ଓ ହାଡ଼ ବହୁତ ଥାଏ । ଅଧି ହାଡ଼ଥିବା କୁକୁଡ଼ା ମାଂସ କମ୍ ଦରରେ ମିଳୁଥିବାରୁ ଅଧିକ କୁକୁରଙ୍କୁ ଖାଇବାକୁ ଦେବା ସହଜ ହୋଇଥାଏ । ଗତ ଏକମାସ ହେବ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସେ କୁକୁରଙ୍କୁ ଚିକେନ୍ ବିରିୟାନୀ ଖାଇବାକୁ ଦେଇଆସୁଛନ୍ତି । ଖାଲି କୁକୁର ନୁହଁନ୍ତି, ରାସ୍ତାରେ ବୁୁଥିବା ଗାଈଗୋରୁଙ୍କୁ ଖାଇବାକୁ ଦେଇଥାନ୍ତି ବୋଲି ରଣଜିତ୍ କହିଛନ୍ତି । ବାସ୍ତବରେ ରଣଜିତଙ୍କ ଏଭଳି ପ୍ରୟାସ ଅନେକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ