Masthead

“ଗୃହ ମୁଲତବୀ ହେବା ପରେ କେନ୍ଦ୍ରମନ୍ତ୍ରୀ ମୋତେ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ”

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆଣିଚନ୍ତି ଟିଏମସି ସାଂସଦ ଶାନ୍ତନୁ ସେନ । କେନ୍ଦ୍ରମନ୍ତ୍ରୀ ସଂସଦ ମଧ୍ୟରେ ଟି,ମସି ସାଂସଦଙ୍କୁ ମାନ ମାରିବାକୁ ପ୍ରୟାସ କରିଥିବା ସେ ଅଭିଯୋଗ କରିଛନ୍ତି । ପେଗାସସ, ଗଣମାଧ୍ୟମ ସଂସ୍ଥା ଉପରେ ଆଇଟି ରେଡ୍ ଓ ଚାଷୀ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ହଟ୍ଟଗୋଳ ପରେ ଗୃହକୁ ମୁଲତବୀ କରାଯାଇଥିଲା । ମୁଲତବୀ ହେବା ପରେ ଏପରି ଘଟଣା ଘଟିଥିବା ଶାନ୍ତନୁ ଅଭିଯୋଗ କରିଛନ୍ତି । ତେବେ ହରଦୀପ ତାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଟିଏମସି ସାଂସଦ ତାଙ୍କୁ ଉଦ୍ଧାର କରିଥିଲେ ।

ଶାନ୍ତନୁ କହିଛନ୍ତି, “ଗୃହ ମୁଲତବୀ ହେବା ପରେ ମୋତେ ହଠାତ୍‌ ଅତ୍ୟନ୍ତ ଖରାପ ଢଙ୍ଗରେ ହରଦୀପ ସିଂହ ପୁରୀ ପାଖକୁ ଡାକିଥିଲେ। ତଥାପି ମୁଁ ତାଙ୍କ ପାଖକୁ ଯାଇଥିଲି। ହେଲେ ସେ ମୋତେ ଧମକ ଦେବା ଆରମ୍ଭ କରିଥିଲେ। ସେ ମୋତେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାକୁ ଚିହିଁକି ଉଠିଥିଲେ। ମୁଁ ଏକ ପ୍ରକାରର ଶାସକ ଦଳର ଚେୟାର ପାଖରେ ଫସି ଯାଇଥିଲି। କିନ୍ତୁ ଭଗବାନଙ୍କ କୃପାରୁ ଆମ ଦଳର ଅନ୍ୟ ସଦସ୍ୟମାନେ ଏହାକୁ ଦେଖିବା ସହ ମୋତେ ହରଦୀପ ସିଂହ ପୁରୀଙ୍କ କବଳରୁ ରକ୍ଷା କରିଥିଲେ। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଘଟଣା ପରେ ଆମେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଏବାବଦରେ ଅବଗତ କରାଇଛୁ।” ତେବେ ଶାନ୍ତନୁଙ୍କ ଏହି ଅଭିଯୋଗ ଉପରେ ବିଜେପି କିମ୍ବା ହରଦୀପ ସିଂହ ପୁରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ