ପୋଲିଓ ଟିକାକରଣ: ଅସାବଧାନତା ଯୋଗୁଁ ୧୨ ଶିଶୁ ଅସୁସ୍ଥ

ମୁମ୍ବାଇ (ବଡ଼ ଖବର): ପୋଲିଓ ଟିକାକରଣ ବେଳେ ଅସାବଧାନତା । ପୋଲିଓ ଟିକା ବଦଳରେ ଶିଶୁଙ୍କୁ ଖୁଆଯାଇଛି ସାନିଟାଇଜର । ଫଳରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କ ପୋଲିଓ ଅଭିଯାନ ଚାଲିଥିଲା।  ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି-କୋପାରୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

କିଛି ପିଲାଙ୍କୁ ପୋଲିଓ ଡ୍ରପ୍ ବଦଳରେ ସାନିଟାଇଜର ଦିଆଯାଇଥିଲା। ଏହାପରେ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ତର ହୋଇଥିଲା। ଅନେକ ପିଲାଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପରେ ସମସ୍ତ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ