ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ମରାମତି ଗଡ଼ିଲା ଟ୍ରେନ । ପରୀକ୍ଷାମୂଳକ ଭାବେ ଅପ ଓ ଡାଉନ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେସନରେ ଗଡ଼ିଛି ଟ୍ରେନ୍। ଉଭୟ ଟ୍ରାକ୍ରେ ରବିବାର ରାତିରେ ମାଲବାହୀ ଟ୍ରେନ୍ ଚଳାଚଳ କରିଥିବା ବେଳେ କିଛି ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିଛି । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଟ୍ରେନ ଗଡ଼ିବା ପୂର୍ବରୁ ଭାବବିହ୍ୱଳ ହୋଇପଡିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ହାତ ଯୋଡ଼ି ଟ୍ରେନକୁ ମୁଣ୍ଡିଆ ମାରିଥିଲେ । କହିଥିଲେ ଏବେବି ଦାୟିତ୍ୱ ସରିନି ।