Masthead

ଜାଣନ୍ତୁ ମାଗଣା ଟିକାକରଣରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ୧୮ରୁ  ଅଧିକ ବୟସବର୍ଗଙ୍କର ମାଗଣାରେ ହେବ ଟିକା କରଣ । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ମଧ୍ୟ କରିବାକୁ ପଡ଼ିବ । ତେବେ ୟୁବିଏସ ସିକ୍ୟୁରିଟିଜ ଏନେଇ ଏକ ରିପୋର୍ଟ ତଲବ କରିଛି । ଏହି ରିପୋର୍ଟ ଅନୁସାରେ ମୋଟ ୪୦ରୁ ୪୫ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ମାଗଣା ଟିକାକରଣ ପାଇଁ ବ୍ୟୟ କରିବାକୁ ପଡ଼ିବ । ବଜେଟରେ ଟିକା ପାଇଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ସେହିପରି ଦୀପାବଳି ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ରାସନ ଯୋଗାଣ ମଧ୍ୟ କେନ୍ଦ୍ର ସରକାରଙ୍କ ବ୍ୟୟଭାର ବଢ଼ାଇବ । ୟୁବିଏସର ଅର୍ଥନୀତିଜ୍ଞ ତାନଭି ଗୁପ୍ତା କହିଛନ୍ତି ଯେ, ଯଦି ସରକାର ଟିକା ପିଛା ୧୫୦ ଟଙ୍କା ଓ ପରିବହନ ଓ ବିତରଣ ବାବଦରେ ଆଉ ୧୫୦ ଟଙ୍କା ବ୍ୟୟ କରନ୍ତି ତେବେ ସମଗ୍ର ଟିକାକରଣ ପାଇଁ ମୋଟ ୪୫ ହଜାର କୋଟି ଖର୍ଚ୍ଚ ହେବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ ସରକାରଙ୍କୁ ଆଉ ୧୦ ହଜାର କୋଟି ଯୋଗାଡ଼ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ