Masthead

ବିଜୟ ପରେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଲେ ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ସରିଛି ପଶ୍ଚିମବଙ୍ଗ ଉପନିର୍ବାଚନ । ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଏହା ମଧ୍ୟରେ ମମତା ନିଜ ଭବାନୀପୁର ଆସନରୁ ୫୮ ହଜାର ୩୮୯ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥର ପ୍ରିୟଙ୍କା ତିବ୍ରେୱାଲଙ୍କ ଠାରୁ ଜିତିଛନ୍ତି । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ୨୬,୩୨୦ ଭୋଟ ପାଇଛନ୍ତି । ସେପଟେ ନିଜର ବିଜୟ ପରେ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଭାବାନୀପୁରର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୋତେ ୧ ଲକ୍ଷ ୧୫ ହଜାର ଭୋଟ ମିଳିଛି । ଭବାନୀପୁରର କୌଣସି ବି ୱାର୍ଡରେ ମୁଁ ପରାଜିତ ହୋଇନାହିଁ ।

ଭବାନୀପୁରରେ ମୋଟ ୪୬ ପ୍ରତିଶତ ଅଣବଙ୍ଗାଳୀ ଥିବାବେଳେ ସମସ୍ତ ଆମକୁ ଭୋଟ ଦେଇଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଜି ସମଗ୍ର ପଶ୍ଚିମବଙ୍ଗର ନଜର ଭବାନୀପୁର ଉପରେ ଥିଲା । ଭବାନୀପୁର ଆସନରେ ବିଜୟ ହେବା ପରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ମମତା ଟାର୍ଗେଟ କରିଛନ୍ତି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ମୋ ଦଳ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଇଥିଲା । ଏପରିକି ନିର୍ବାଚନ ବେଳେ ମୋ ଗୋଡରେ ଆଘାତ ମଧ୍ୟ ଲାଗିଥିଲା । କିନ୍ତୁ ଜନସାଧାରଣ ସହଯୋଗ କରିଥିଲେ । ଯାହାର ରେଜଲ୍ଟ ଆଜି ଦେଖିବା ପାଇଁ ମିଳିଛି ବୋଲି ମମତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା