Masthead

ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ସୁନାବେଶ । ପ୍ରତିଟି ଓଡ଼ିଆ ଏହି ବେଶକୁ ରଥ ଉପରେ ଦେଖିବା ପାଇଁ ପ୍ରତିବର୍ଷ ଚାହିଁ ରହିଥାନ୍ତି । ବର୍ଷରେ ଏହି ଗୋଟିଏ ମୁହୁର୍ତ୍ତ ଯେତେବେଳେ ରଥ ଉପରେ ମହାପ୍ରଭୁଙ୍କର ଦୁର୍ଲଭ ବେଶ ଦେଖିବାପାଇଁ ଭକ୍ତ କାହିଁ କେଉଁଆଡୁ ଧାଇଁ ଆସିଥାଏ । ତେବେ ମହାପ୍ରଭୁଙ୍କର ସୁନାବେଶ କେବଳ ରଥ ଉପରେ ହୁଏ ନାହିଁ ମନ୍ଦିର ଭିତରେ ମଧ୍ୟ ହୋଇଥାଏ । ବିଭିନ୍ନ ସମୟରେ ମହାପ୍ରଭୁ ସୁନାବେଶରେ ଆଭୂଷିତ ହୋଇଥାନ୍ତି ।

ଆଶ୍ୱିନ ମାସ ଦଶମୀ ତିଥି ଅର୍ଥାତ ବିଜୟାଦଶମୀରେ ମହାପ୍ରଭୁ ସୁନାବେଶରେ ସୁସଜ୍ଜିତ ହୋଇଥାନ୍ତି । ସେହିଭଳି ଆଷାଢ଼ ମାସରେ ଗୁଣ୍ଡିଚା ମନ୍ଦିରରୁ ଫେରିବା ପରେ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ତିନିଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ । ରଥ ଉପରେ ତିନିଠାକୁର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ମହଣ ମହଣ ସୁନା ରତ୍ନଭଣ୍ଡାରରୁ ଆସି ମହାପ୍ରଭୁଙ୍କୁ ଲାଗି ହୋଇଥାଏ । ସେହିଭଳି ପରବର୍ତ୍ତୀ ସୁନାବେଶଟି କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ହୋଇଥାଏ । ଆଉ ଦୁଇଟି ସୁନାବେଶ ପୌଷପୂର୍ଣ୍ଣିମା ଏବଂ ଫଗୁଣ ପୂର୍ଣ୍ଣିମାରେ ମନ୍ଦିର ଭିତରେ ଅନୁଷ୍ଠିତ ହୋଇଥାଏ ।

ସୁନାବେଶର ଗୋଟିଏ ଦିନ ପରେ ଭଗବାନ ଜଗନ୍ନାଥ ଏବଂ ଅନ୍ୟ ଦେବତାଙ୍କୁ ଗୋଟିଏ ମିଠା ମିଶ୍ରଣ ଦିଆଯାଇଥାଏ । ଏହାକୁ ଅନ୍ୟ ଭାଷାରେ ଅଧରପଣା କୁହାଯାଇଥାଏ । ଏହି ଅଧରପଣାକୁ କ୍ଷୀର ଏବଂ ଅନ୍ୟ ପଦାର୍ଥର ସମ୍ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ । ରଥଯାତ୍ରା ସମୟରେ ଠାକୁରଙ୍କ ସହ ଯାଇଥିବା ଅନ୍ୟ ପାଶ୍ୱର୍ଦେବତାଙ୍କୁ ଶାନ୍ତ କରିବା ପାଇଁ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ । ବଡ଼ ବଡ଼ ତୁମ୍ବ ଜରିଆରେ ଠାକୁରଙ୍କ ଅଧର ପର୍ଯ୍ୟନ୍ତ ଏହାର ଉଚ୍ଚତା ଥାଏ । ପଣାକୁ ପ୍ରସ୍ତୁତ କରିବା ପରେ ଏହାକୁ ରଥଉପରେ ହିଁ ଭାଙ୍ଗି ଦିଆଯାଇଥାଏ । ଯାହା ପାଶ୍ୱର୍ଦେବତା ପାଇବା ସହ ଶାନ୍ତ ହୋଇଥାନ୍ତି । ଏହା ପରେ ହିଁ ମହାପ୍ରଭୁଙ୍କର ନିଳାଦ୍ରୀବିଜେ ନୀତି ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା