Masthead

ପିଲାଙ୍କୁ ଖୁବ ଶୀଘ୍ର ମିଳିବ କରୋନା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ବିରୋଧରେ ଲଢେଇ ଜାରି ରହିଛି । କରୋନାକୁ ମାତ ଦେବା ପାଇଁ ଟୀକାକରଣ କାର୍ଯ୍ୟକୁ ତ୍ୱାରାନୀତ କରାଯାଉଛି । କିନ୍ତୁ ଏବେ ଖାଲି ୧୮ ବର୍ଷରୁ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ପିଲାମାନଙ୍କ କରୋନା ଟିକା ପାଇଁ ଅପେକ୍ଷା ରହିଛି । ପିଲାଙ୍କ ପାଇଁ ଖୁବ ଶୀଘ୍ର କରୋନା ଟିକା ଅନୁମୋଦିତ ହୋଇପାରେ । ଏ ନେଇ ଭାରତ ବାୟୋଟେକ ଶନିବାର ଦିନ ୨ ରୁ ୧୮ ବର୍ଷର ପିଲା ମାନଙ୍କ ପାଇଁ ପରୀକ୍ଷା ତଥ୍ୟ DCGIକୁ ପଠାଇଛି ।

ଭାରତ ବାୟୋଟେକ ପରିଚାଳନା ନିର୍ଦ୍ଦେଶକ ଡ କୃଷ୍ଣ ଏଲା କହିଛନ୍ତି ଯେ ସେପ୍ଟମ୍ବର ମାସରେ ଶିଶୁମାନଙ୍କ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ସେ ନେଇ ବର୍ତ୍ତମାନ ପରୀକ୍ଷା ତଥ୍ୟ DCGI ଅନୁମୋଦନ ପାଇଁ ଦାଖଲ କରାଯାଇଛି । ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଭାରତ ବାୟୋଟେକର କୋଭାକ୍ସିନ ପାଇଁ ଅନୁମୋଦନ ଏହି ମାସ ଶେଷ ସୁଦ୍ଧା ଗ୍ରହଣ କରାଯାଇପାରିବ ବୋଲି ସୂଚନା ମିଳିଛି ।

ତେବେ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଆନୁମୋଦନ କରିଛି । ଖବର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଶିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ଟିକା ଦିଆଯାଇଛି । ସେମାନଙ୍କ ମଧ୍ରୁ କେବଳ ଦୁଇଟି ଟିକା ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ