Masthead

ମ୍ୟାଚ ଜିତିବା ପରେ ପାକିସ୍ତାନ ସମର୍ଥକଙ୍କ ସପକ୍ଷରେ ବାହାରିଲେ ମେହବୁବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇତିହାସର ପୃଷ୍ଠାକୁ ଗତକାଲି ପାକିସ୍ତାନ ବଦଳାଇଦେଇଛି । ଦୀର୍ଘଦିନର ଇତିହାସକୁ ଭାଙ୍ଗିବାରେ ସମର୍ଥ ହୋଇଛି ପାକିସ୍ତାନ । ବିଶ୍ୱ କପ ଇତିହାସରେ ପ୍ରଥମଥର ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଛି । ଏହା ପରେ ସାରା ଦେଶ ମର୍ମାହତ ହୋଇ ପଡ଼ିଥିଲା । କିଏ ନିଜ କୋହ ସମ୍ଭାଳି ନପାଇ ଟିଭି ଭାଙ୍ଗିଦେଉଥିବାବେଳେ ଆଉ କିଏ ଭାରତୀୟ ଖେଳାଳିଙ୍କ ସପକ୍ଷରେ ବାହାରିଥିଲେ । ହେଲେ ଏହାରି ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପାକିସ୍ତାନ ପ୍ରଶଂସକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ବିଜୟ ପରେ କିଛି କ୍ରିଡା ପ୍ରଶଂସକ ବାଣ ଫୁଟାଇଥିଲେ । ପରେ ତାଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିଲା । ହେଲେ ମେହବୁବା ମୁଫତି ପାକିସ୍ତାନ ବିଜୟରେ ଖୁସି ମନାଉଥିବା ସମର୍ଥକଙ୍କ ସମର୍ଥନରେ ବାହାରିଥିବାର ଦେଖିବାକୁ ମିଳିଛି ।

ତେବେ ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା କାଶ୍ମୀରୀଙ୍କ ବିରୋଧରେ ଏତେ ରାଗ କଣ ପାଇଁ ? କିଛି ଲୋକ ତ ଏମିତି ନାରା ଦେଉଥିଲେ ଯେ, ଦେଶର ଗଦ୍ଦାରଙ୍କୁ ଗୁଳି କରଟ୍ଟ କେହି ଏହା ଭୁଲି ପାରିବେ ନାହିଁ। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ କେତେ ଜଣ ଲୋକ ମିଠା ବାଣ୍ଟି ଉତ୍ସବ ପାଳନ କରିଥଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହାକୁ ଶିଖିବାର ଅଛି ବିରାଟ କୋହଲିଙ୍କଠୁ ଶିଖିବା ଉଚିତ୍ ବୋଲି ମେହବୁବା କହିଛନ୍ତି। ସର୍ବ ପ୍ରଥମେ ପାକିସ୍ତାନ ଦଳକୁ ଅଭିନନ୍ଦନ। ମେହବୁବା ନିଜ ଟ୍ଵିଟ୍ ସହିତ ବିରାଟ କୋହଲିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନୀ ବ୍ୟାଟସମ୍ୟାନ ରିଜଓ୍ଵାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ