Masthead

ମ୍ୟାଚ ଜିତିବା ପରେ ପାକିସ୍ତାନ ସମର୍ଥକଙ୍କ ସପକ୍ଷରେ ବାହାରିଲେ ମେହବୁବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇତିହାସର ପୃଷ୍ଠାକୁ ଗତକାଲି ପାକିସ୍ତାନ ବଦଳାଇଦେଇଛି । ଦୀର୍ଘଦିନର ଇତିହାସକୁ ଭାଙ୍ଗିବାରେ ସମର୍ଥ ହୋଇଛି ପାକିସ୍ତାନ । ବିଶ୍ୱ କପ ଇତିହାସରେ ପ୍ରଥମଥର ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଛି । ଏହା ପରେ ସାରା ଦେଶ ମର୍ମାହତ ହୋଇ ପଡ଼ିଥିଲା । କିଏ ନିଜ କୋହ ସମ୍ଭାଳି ନପାଇ ଟିଭି ଭାଙ୍ଗିଦେଉଥିବାବେଳେ ଆଉ କିଏ ଭାରତୀୟ ଖେଳାଳିଙ୍କ ସପକ୍ଷରେ ବାହାରିଥିଲେ । ହେଲେ ଏହାରି ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପାକିସ୍ତାନ ପ୍ରଶଂସକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ବିଜୟ ପରେ କିଛି କ୍ରିଡା ପ୍ରଶଂସକ ବାଣ ଫୁଟାଇଥିଲେ । ପରେ ତାଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିଲା । ହେଲେ ମେହବୁବା ମୁଫତି ପାକିସ୍ତାନ ବିଜୟରେ ଖୁସି ମନାଉଥିବା ସମର୍ଥକଙ୍କ ସମର୍ଥନରେ ବାହାରିଥିବାର ଦେଖିବାକୁ ମିଳିଛି ।

ତେବେ ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା କାଶ୍ମୀରୀଙ୍କ ବିରୋଧରେ ଏତେ ରାଗ କଣ ପାଇଁ ? କିଛି ଲୋକ ତ ଏମିତି ନାରା ଦେଉଥିଲେ ଯେ, ଦେଶର ଗଦ୍ଦାରଙ୍କୁ ଗୁଳି କରଟ୍ଟ କେହି ଏହା ଭୁଲି ପାରିବେ ନାହିଁ। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ କେତେ ଜଣ ଲୋକ ମିଠା ବାଣ୍ଟି ଉତ୍ସବ ପାଳନ କରିଥଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହାକୁ ଶିଖିବାର ଅଛି ବିରାଟ କୋହଲିଙ୍କଠୁ ଶିଖିବା ଉଚିତ୍ ବୋଲି ମେହବୁବା କହିଛନ୍ତି। ସର୍ବ ପ୍ରଥମେ ପାକିସ୍ତାନ ଦଳକୁ ଅଭିନନ୍ଦନ। ମେହବୁବା ନିଜ ଟ୍ଵିଟ୍ ସହିତ ବିରାଟ କୋହଲିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନୀ ବ୍ୟାଟସମ୍ୟାନ ରିଜଓ୍ଵାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!