Before Header

କୋର୍ଟ ଉପରେ ଚାପ ପକାଇବା ପାଇଁ ଏଭଳି କରୁଛନ୍ତି ରାହୁଲ: କିରଣ ରିଜିଜୁ

0 32

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସୁରଟ କୋର୍ଟ ଯିବେ ରାହୁଲ ଗାନ୍ଧି । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନୋତାମାନେ କୋର୍ଟକୁ ଯିବେ। ମୋଦି ସରନେମ’ସହ ଜଡିତ ମାନହାନି ମାମଲାରେ ସୋମବାର ସୁରଟ କୋର୍ଟ ପହଞ୍ଚିବେ। ଏହି ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଅପିଲ କରିବେ। ରାହୁଲଙ୍କ କୋର୍ଟ ଗସ୍ତକୁ ନେଇ ଆଇନ ମନ୍ତ୍ରୀ କିରଣ ରିଜିଜୁ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଅପିଲ କରିବାକୁ ରାହୁଲ ସୁରଟ ଯାଉଛନ୍ତି। ତାଙ୍କ ସହ ତାଙ୍କ ସମର୍ଥକ ଓ ଅନ୍ୟ ନେତାମାନେ ଯିବା ଏକ ନାଟକ। ରାହୁଲ ଯାହା କରୁଛନ୍ତି ତାହା କେବଳ କୋର୍ଟ ଉପରେ ଚାପ ପକାଇବା ଭଳି ଲାଗୁଛି।

Leave A Reply

Your email address will not be published.