Masthead

ଏବେ ବି ଏମ୍ସରେ ପଡ଼ିରହିଛି ୮୧ ମୃତଦେହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନରୁ ଲିଭୁନି ବାହାନଗା ଦୁର୍ଘଟଣା ଦୃଶ୍ୟ । ଶହ ଶହ ମୃତଦେହ ସାଙ୍ଗକୁ ହଜାରେରୁ ଅଧିକ ଯାତ୍ରୀଙ୍କ ଆହତ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ଏବେ ବି ଏମ୍ସରେ ପଡ଼ିରହିଛି ମୃତଦେହ । ବାହାନୁ ବାହୁନି କାନ୍ଦୁଛନ୍ତି ସଂପର୍କୀୟ । ୮୧ ଜଣଙ୍କ ମୃତଦେହ ଏବେ ବି ଏମ୍ସରେ ପଡ଼ିରହିଛି । ଯେଉଁ ମୃତଦେହର ଦାବିଦାର ନ ଆସିବେ, ସେସବୁ ସମ୍ମାନର ସହ ବୈଜ୍ଞାନିକ ପଦ୍ଧତିରେ ସକ୍ରାର କରିଦିଆଯିବ । ଭୁବନେଶ୍ୱର ଏମସରେ ଏବେ ବି ୮୧ ମୃତଦେହ ପଡିରହିଛି । ଶବ ହସ୍ତାନ୍ତର ପାଇଁ ଡିଏନଏ ଟେଷ୍ଟ କରାଯାଇଛି । ଡିଏନଏ ଟେଷ୍ଟ ପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି ।

ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନଏ ମ୍ୟାଚିଂ ହେବାରେ ବିଳମ୍ବ ହେଉଛି । ଶବ ନଷ୍ଟ ହୋଇନି । ଅଧିକ ଦିନ କେମିତି ସଂରକ୍ଷିତ ରଖାଯାଇପାରିବ ସେଦିଗରେ ଚେଷ୍ଟା ଚାଲିଛି । ଏଭଳି କହିଛନ୍ତି ଭୁବନେଶ୍ୱର ଏମ୍ସ ଅତିରିକ୍ତ ଅଧୀକ୍ଷକ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ସେପଟେ ବାଦାନଗା ବଜାର ଷ୍ଟେସରେ ଏବେ ରହିବନି କୌଣସି ଟ୍ରେନ । ପରବର୍ତି ନୋଟିସ ପର୍ଯ୍ୟନ୍ତ କୌଣସି ଟ୍ରେନ ଚଳାଚଳ କରିବନାହିଁ ।

 

ପାସେଞ୍ଜର, ମେମୁ, କିମ୍ବା କୌଣସି ମାଲବାହୀ ଟ୍ରେନ ସେଠାରେ ଅଟକବିନି । ରିଲେ ପ୍ୟାନେଲ ସିଲ ହୋଇଥିବାରୁ କୌଣସି ଟ୍ରେନ ରହିବନି । ସିବିଆଇ ତଦନ୍ତ ଚାଲିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ