Masthead

୪୦ ଦିନ ପରେ ୪ ଶିଶୁ ଜୀବିତ ଉଦ୍ଧାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଲମ୍ବିଆର ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରେ ଖସି ପଡ଼ିଥିଲେ ୪ ଜଣ ଶିଶୁ। ଦୀର୍ଘ ୪୦ ଦିନ ପରେ ସେମାନଙ୍କୁ ଏହି ଜଙ୍ଗଲରୁ ଜୀବିତ ଉଦ୍ଧାର କରାଯାଇଛି। ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ଶୁକ୍ରବାର ଦିନ ଏନେଇ ଘୋଷଣା କରିଛନ୍ତି । ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ୪, ୯, ୧୧ ଓ ୧୩ ବର୍ଷ ବୋଲି ଜଣାପଡିଛି । ହ୍ରିଂସ ଜୀବଜନ୍ତୁଙ୍କ ଗହଣରେ, ବିନା ଖାଦ୍ୟପାଣିରେ ୪୦ଦିନ ଧରି କିଭଳି ଏମାନେ ଜୀବିତ ରହିଲେ ଆଶ୍ଚର୍ଯ୍ୟ କରିଦେଇଛି । ମେ’ ୧ ରୁ ସେମାନେ ଜଙ୍ଗଲରେ ଘୂରି ବୁଲୁଥିଲେ। ସେମାନେ ଯାତ୍ରା କରୁଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।

ଉକ୍ତ ୪ ଜଣ ଶିଶୁଙ୍କ ସହ ଥିବା ସେମାନଙ୍କ ମା’ ଏବଂ ଅନ୍ୟ ବୟସ୍କ ବ୍ୟକ୍ତି ଓ ପାଇଲଟଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ୪ ଜଣ ଶିଶୁଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା କିନ୍ତୁ ପାଦଚିହ୍ନ, ଡାଇପର, ଅଧା ଖିଆ ଫଳ ଉଦ୍ଧାରକାରୀ ଦଳଙ୍କୁ ସେମାନଙ୍କ ନିକଟରେ ପହଞ୍ଚାଇଥିଲା। ସ୍ଥାନୀୟ ଆଦିବାସୀଙ୍କ ସହାୟତାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ଘଟଣାସ୍ଥଳରୁ ୫କିଲୋମିଟ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରିଥିଲା ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ