Masthead

ବିମାନ ଭିତରେ ହଙ୍ଗାମା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିମାନ ଭିତରେ ହଙ୍ଗାମା । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଜଣେ ଯାତ୍ରୀ ସିଗାରେଟ ଟାଣି ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି । ସେହି ଯାତ୍ରୀଙ୍କୁ କାବୁ କରିବା ପାଇଁ କ୍ରିୟୁ ମେମ୍ବର୍ସଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଖାଲି କ୍ରିୟୁ ମେମ୍ବର୍ସ ନୁହଁନ୍ତି ତାଙ୍କର ଏଭଳି ବ୍ୟବହାର ପାଇଁ ଅନ୍ୟ ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଯାହାକୁ ନେଇ ଅକ୍ରମଣ କରିଥିବା ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ଜଣେ ଯାତ୍ରୀ । ସେ ହେଉଛନ୍ତି ମୁମ୍ବାଇ ସଦର ଥାନାରେ ୩୭ ବର୍ଷୀୟ ରମାକାନ୍ତ । ଅଭିଯୋଗରେ ମୁମ୍ବାଇ ପୋଲିସ ରମାକାନ୍ତଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ସେପଟେ ବିମାନରେ ଧୂମପାନ କରିବା ଲାଗି ଅନୁମତି ନାହିଁ। ଅଭିଯୁକ୍ତ ଯାତ୍ରୀ ବିମାନ ବାଥ୍‌ରୁମ୍‌ରେ ସିଗାରେଟ ଲଗାଇବାରୁ ଆଲାର୍ମ ବାଜିଥିଲା।

କ୍ରିଉ ସଦସ୍ୟ ତାଙ୍କ ପାଖକୁ ଯିବାରୁ ସେ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ଏଥିସହିତ ଯାତ୍ରୀ ଜଣକ ବିମାନ ଡୋର ଖୋଲିବାକୁ ଉଦ୍ୟମ କରିଥିଲେ ବୋଲି କ୍ରିଉ ସଦସ୍ୟ କହିଛନ୍ତି। ତାଙ୍କର ଏଭଳି କାର୍ୟ୍ୟରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କର୍ମଚାରୀମାନେ ତାଙ୍କୁ ସିଟ୍‌ରେ ବାନ୍ଧିଦେବା ପରେ ମଧ୍ୟ ସେ ମୁଣ୍ଡ ପିଟିବା ସହ ଚିତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା