Masthead

ଗାଦି ଲୋଭ ପାଇଁ ଘର କଳି ଏବେ ଦାଣ୍ଡରେ

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ବଡ଼ଚଣା ବିଜେଡିରେ ଗୋଷ୍ଠୀ କନ୍ଦଳ। ଗାଦି ଲୋଭ ପାଇଁ ଘର କଳି ଏବେ ଦାଣ୍ଡରେ। ବବିଙ୍କ ଗଡରେ ଯୁବ ନେତୃତ୍ୱଙ୍କୁ ଅଣଦେଖା। ଦାଦା ପୁତୁରା ଉପାଖ୍ୟାନର ହେବ କି ପରିସମାପ୍ତି। ଏ ହେଉଛି ଯାଜପୁର ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ବଡ଼ଚଣା। ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ବିଜେଡି ହାତରେ ଲଗାତର ଭାବେ ଏହି ଆସନ ରହିଛି । କିନ୍ତୁ ୧୯ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଲୋକପ୍ରିୟତା ଢେର ହ୍ରାସ ପାଇଛି। ଲୋକେ ଅମରଙ୍କୁ ଆଉ ଗ୍ରହଣ କରିବାକୁ ନାରାଜ। ସେତେବେଳେ ଅମରଙ୍କ ବିଜୟର ସାରଥୀ ଥିଲେ ଜନ୍ମେଞ୍ଜୟ। ନଚେତ ବିଜେଡି ହାତରୁ ଏହି ଆସନଟି ଖସିବାଟା ନିଶ୍ଚିତ ହୋଇପଡିଥିଲା।

ରାଜନୈତିକ ଛକାପଞ୍ଝାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଏହି ଆସନ। ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବା ବେଳେ ବିଜେଡି ଗୋଷ୍ଠୀ ବିବାଦ ଦଳର କଣ୍ଟ୍ରୋଲରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆକ୍ଷେପ ପ୍ରତି ଆକ୍ଷେପ ଜୋରଦାର ହେଉଥିବା ଦେଖିବାକୁ ମିଳିଲାଣି। ବର୍ଷା ଯୁଆଡେ ଛତା ସିଆଡେ ନ୍ୟାୟରେ ବିଧାୟକ ଅମର ଶତପଥି ବାରମ୍ବାର ଦଳବଦଳ କରି ଛଅ ଥର ଏଠାରୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସମୟରେ ଅସନ୍ତୁଷ୍ଟ କର୍ମୀଙ୍କୁ ଲଲିପପ୍ ଦେଇ ଏକାଠି କରି ବିଜୟ ପରେ ଅଣଦେଖା କରିବା ତାଙ୍କର ଗୋଟିଏ ଚିରାଚରିତ ଅଭ୍ୟାସ ବୋଲି ବହୁ କର୍ମୀ କହୁଛନ୍ତି। ଗତ ୨୪ରେ ବଡ଼ଚଣାର ପୁରୁଖା ବିଜେଡି ନେତାଙ୍କ ନେତୃତ୍ୱରେ ଧର୍ମଶାଳା ଭବନ ଠାରେ ବନ୍ଧୁ ମିଳନ ଓ ନେତୃତ୍ୱ ପରିବର୍ତ୍ତନ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।

ଏହାର ଜବାବ ନେଇ ବିଜେଡି ସଭାପତି ତଥା ବିଧାୟକଙ୍କ ଖାସ୍ ଅନୁଗତ ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସିଧାସିଧି ଭାବେ ବନ୍ଧୁମିଳନ ଓ ନେତୃତ୍ୱ ପରିବର୍ତ୍ତନକୁ ଆଟାକ୍ କରାଯାଇଥିଲା। ଯେଉଁମାନେ ପରିବର୍ତ୍ତନ କଥା କହୁଛନ୍ତି ସେମାନେ ବିଜେଡିର ନୁହନ୍ତି ଓ ସେମାନେ ନିର୍ବାଚନ ଆସିଲେ ନିଜନିଜର ମୂଲ୍ୟ ବୃଦ୍ଧି ପାଇଁ ଲାଗିପଡନ୍ତି ।  ଏହାର ପ୍ରତିପକ୍ଷ ଜବାବରେ ପୁଣି ଏକ ସାମ୍ବାଦିକ କରି ଜନ୍ମେଞ୍ଜୟଙ୍କ ଗୋଷ୍ଠୀ କହିଛନ୍ତି ଆମେ ଦଳର ବିଭାଜନ ନୁହେଁ , ଏକାଠି କରିବାକୁ ଚାହୁଁ ।

ବଡଚଣାରେ ନେତୃତ୍ୱ ପରିବର୍ତ୍ତନ ହେଲେ ଦଳ ମଜବୁତ ହେବ । ଆମର ନୁହେଁ ସାରା ବଡଚଣାବାସୀଙ୍କ ମତ ବୋଲି କହିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ୮୧ ହଜାର ଭୋଟ୍ ପାଇଥିବା ବେଳେ ବିଧାୟକ ଦ୍ବାରା ଦିଆଯାଇଥିବା ସରପଞ୍ଚ ଓ ସମିତି ସଭ୍ୟଙ୍କୁ ୬୧ ହଜାର ଭୋଟ୍ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକ ଜନମତ ଥିବାରୁ ଅଧିକ ଭୋଟ୍ ପାଇଥିଲେ । ପାଞ୍ଚ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଧାୟକଙ୍କ ପାଖରେ କେତେ ଜଣ ଅଛି ସେ କଥା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଜନ୍ମେଞ୍ଜୟଙ୍କ ଗୋଷ୍ଠୀ। ପ୍ରାକ୍ତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରହାଲ୍ଲଦ ନନ୍ଦ , କୈଳାସ ରାଉତ୍ , ରାଜ୍ୟ ବିଜେଡ଼ି ଯୁଗ୍ମ ସମ୍ଫାଦକ ଆଶିଷ ରଞ୍ଜନ ଚୌଧୁରୀ , ନିହାର ରଞ୍ଜନ ମିଶ୍ର ଓ ଧନେଶ୍ୱର ସାମଲ ପ୍ରମୁଖ ମତାମତ ରଖି ବିଷ୍ପୋରକ ମନ୍ତବ୍ୟ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି