ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ହଟଚମଟ । ଏନସିପିରେ ଫାଟ । ରାଜଭବନରେ ପହଞ୍ଚିଲେ ଏନ୍ସିପି ନେତା ଅଜିତ ପାୱାର । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡନାଭୀଶ ମଧ୍ୟ ପହଞ୍ଚିଛନ୍ତ । ଅଜିତ ପାୱାରଙ୍କ ପ୍ରତି ଏନ୍ସିପିର ୧୩ ବିଧାୟକଙ୍କ ସମର୍ଥନ ସୂଚନା ରହିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ବିରୋଧୀଦଳ ନେତା ଅଛନ୍ତି ଅଜିତ ପାୱାର । ଏନ୍ସିପିର ପୁର୍ନଗଠନକୁ ନେଇ ଖୁସି ନ ଥିଲେ ଅଜିତ ପାୱାର । ବିରୋଧୀଦଳ ନେତା ପଦ ଛାଡ଼ି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସମ୍ଭାବନା ରହିଛି । ଛଗନ ଭୁଜବଳ ମଧ୍ୟ ମନ୍ତ୍ରିପରିଷଦରେ ସାମିଲ ସମ୍ଭାବନା ରହିଛି ।