Masthead

ଗାଁ କୁ ନାହିଁ ରାସ୍ତା, ପୁଣି ଆସିଲା ଜନନୀ ଯନ୍ତ୍ରଣା

ରାଇଘର (ବଡ଼ ଖବର ବ୍ୟୁରୋ): ଜନନୀ ଯନ୍ତ୍ରଣା, ଗାଁ କୁ ନାହିଁ ପକ୍କା ରାସ୍ତା, କାଦୁଅ ରାସ୍ତାରେ ଯାଇ ପାରିଲାନି ଆମ୍ବୁଲାନ୍ସ ।୨୦୦ ମିଟର କାଦୁଅ ରାସ୍ତାରେ ଗର୍ଭବତୀକୁ ବୋହି ଆଣିଲେ ପରିବାରଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ସାନ ବରାଯୋଡ଼ି ଗ୍ରାମରେ। ସାନ ବୋରା ଯୋଡି ଗ୍ରାମର ଅରୁଣ ସାନ୍ତାଙ୍କ ଗର୍ଭବତୀ ସ୍ତ୍ରୀ ଚନ୍ଦ୍ରିକା ସାନ୍ତାଙ୍କୁ ପ୍ରସବ ଜନିତ ଗର୍ଭଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଜନନୀ ଏକ୍ସପ୍ରେସକୁ ଫୋନ କରିଥିଲେ। ଜନନୀ ଏକ୍ସପ୍ରେସ ମଧ୍ୟ ଠିକ୍ ସମୟରେ ପହଞ୍ଚି ଯାଇଥିଲା। କିନ୍ତୁ ଜନନୀ ଏକ୍ସପ୍ରେସ ଗ୍ରାମଠାରୁ ୨୦୦ ମିଟର ଦୂରରେ ରହି ଯାଇଥିଲା। ୨୦୦ ମିଟର ରାସ୍ତା କାଦୁଅ ପଚପଚ ହୋଇଥିବାରୁ ଗ୍ରାମକୁ ଜନନୀ ଏକ୍ସପ୍ରେସ ଯାଇପାରି ନଥିଲା। ବାଧ୍ୟ ହୋଇ ପରିବାରର ମହିଳା ମାନେ କାଦୁଅ ପଚପଚ ରାସ୍ତାରେ ଦୁଇ ସହ ମିଟର ପର୍ୟ୍ୟନ୍ତ ବୋହି ବୋହି ଆଣିଲେ। ପରେ ଜନନୀ ଏକ୍ସପ୍ରେସରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ