Masthead

କରୋନା କଟକଣା ଭିତରେ ଆଖଣ୍ଡଳମଣିଙ୍କ ମହାଦୀପ ନୀତି

ଆରଡ଼ି (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦୀପାବଳି। କୋଭିଡ଼ କଟକଣା ଭିତରେ ଚଳିତବର୍ଷ ପାଳିତ ହେଉଛି ଦୀପାବଳି ଉତ୍ସବ । ଏହି ଅବସରରେ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ଆରଡ଼ିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ରାତି ୧୦ଟାରେ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ସାମନ୍ୟ ପରିବର୍ତ୍ତନ କରାଯାଇଛି। ମନ୍ଦିରର ପରମ୍ପରା ଓ ବିଧିବିଧାନ ଅନୁଯାୟୀ ସମସ୍ତ ନୀତିକାନ୍ତି କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ମହାମାରୀ କରୋନା ପାଇଁ କଟକଣା ଜାରି ରହିଥିବାରୁ ବିନା ଭକ୍ତରେ ମହାଦୀପ ନୀତି ସମ୍ପନ୍ନ ହେବ ବୋଲି ଜିଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ନୀତିକାନ୍ତି ସୀମିତ ସେବାୟତଙ୍କୁ ନେଇ ସମ୍ପନ୍ନ କରାଯିବ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ପୀତାମ୍ବର ସାମଲ କହିଛନ୍ତି। ଦୀପାବଳି ଦିନ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି, ଜଳାଭିଷେକ ଆଦି ସକାଳ ନୀତି ସମ୍ପନ୍ନ ହୋଇଥିଲା। ସକାଳ ୧୦ଟାରେ ପାଳିଆ ସେବାୟତଙ୍କ ଦ୍ୱାରା ପହିଲି ଅନ୍ନଭୋଗ ପହଡ଼ଖିଆ ନୀତି, ଅପରାହ୍ନ ଗୋଟାଏରେ ବଡ଼ ଅନ୍ନନୀତି ଭୋଗ, ୨ଟା ୩୦ରେ ଅବକାଶ (ଶୟନ) ନୀତି, ଅପରାହ୍ନ ୪ଟାରେ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି। ସଂଧ୍ୟାରେ ଷୋଡ଼ଶ ଉପଚାରରେ ବଡ଼ ଆଳତି ସରିବା ପରେ ରାତି ୯ଟାରେ ମହାଦୀପ ପ୍ରସ୍ତୁତି ଓ ଗୁପ୍ତପୂଜା ଓ ରାତି ୧୦ଟାରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଏହି ସମୟରେ ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଚାଲିଆସୁଥିବା ଭକ୍ତମାନଙ୍କର ଦୀପଦାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ