Before Header

ସାମ୍ବାଦିକଙ୍କୁ ଆକ୍ରମଣ

0 355

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବାଲିଗୁଣ୍ଡି ଗ୍ରାମରେ ଆତଙ୍କ । ସାମ୍ବାଦିକଙ୍କୁ ଆକ୍ରମଣ କଲେ ୩୦ରୁ ଅଧିକ ଯୁବକ । ଖୋର୍ଦ୍ଧା ଜିଲ୍ଲା ଜମିବାଡ଼ି ବିବାଦକୁ ନେଇ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଲିଗୁଣ୍ଡି ଗ୍ରାମରେ ଅନ୍ଧଟି ଗ୍ରାମର ୩୦ରୁ ଅଧିକ ଯୁବକ ପଶିଥିଲେ । ସମସ୍ତଙ୍କ ହାତରେ ଥିଲା ମରଣାସ୍ତ୍ର । ବାଲିଗୁଣ୍ଡି ଗ୍ରାମରେ ଖେଳାଇଥିଲେ ଆତଙ୍କ । ଯେଉଁମାନେ ବିରୋଧ କରୁଥିଲେ, ସେମାନେ ଆକ୍ରମଣର ଶିକାର ହୋଇଥିଲେ ।

ବଡ଼ ଖବର ର ସାମ୍ବାଦିକ ତଥ୍ୟ ସଂଗ୍ରହ କରୁଥିବା ବେଳେ ଯୁବକମାନେ ଆକ୍ରମଣ କରିବା ସହ ମୋବାଇଲ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ! ଖବର ପାଇ ବାଲିଅନ୍ତା ପୋଲିସ ପହଞ୍ଚିବା ପୂର୍ବରୁ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଗ୍ରାମବାସୀ ଏବଂ ଆକ୍ରମଣର ଶିକାର ସାମ୍ବାଦିକ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.