Before Header

ଅଣ୍ଟା ଭିଡ଼ିଲେ ମହିଳା

0 84

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ରାସ୍ତାକୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପାଟି ପଞ୍ଚାୟତ କଣ୍ଟାପଡ଼ା ମୌଜା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଠାରୁ କୁହୁଡି ଲବଣ ସତ୍ୟାଗ୍ରହୀ ବିଦ୍ୟାଳୟ ନିକଟ ପାଣି ଟାଙ୍କି ପର୍ଯ୍ୟନ୍ତ ରାସ୍ତାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ତୁରନ୍ତ ପକ୍କା ସଡ଼କ ଦାବି କରି ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ବହୁ ପୁରୁଷ ଉପସ୍ଥିତ ଥିଲେ । ରାସ୍ତାର ଅବସ୍ଥା ସୁଧାରିବାକୁ ଅଭିଯୋଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ।

କଣ୍ଟାପଡ଼ା ମୌଜାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଠାରୁ କୁହୁଡି ଲବଣ ସତ୍ୟାଗ୍ରହୀ ବିଦ୍ୟାଳୟ ନିକଟ ପାଣିଟାଙ୍କି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା କହିଲେ ନ ସରେ । ଉକ୍ତ ରାସ୍ତାର ଦୀର୍ଘ ପ୍ରାୟ ୩ କିମି ହୋଇଥିବା ବେଳେ ପ୍ରାୟ ୩୦୦ରୁ ୪୦୦ ମିଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସ୍ଥାନୀୟ ଲୋକେ କହିବା ଅନୁଯାୟୀ, ପାଞ୍ଚ ବର୍ଷ ପୂର୍ବେ ପଞ୍ଚାୟତ ଅନୁଦାନରେ ଏକ କଂକ୍ରିଟ୍ ରାସ୍ତା ତିଆରି ହୋଇଥିଲା । ଉକ୍ତ ରାସ୍ତାଟି ଏବେ ମଝିରୁ ଫାଟି ଆଁ କରିଛି । ଫଳରେ ପ୍ରାୟ ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ଅନ୍ୟପକ୍ଷରେ ରାସ୍ତାଟି ବର୍ଷାଦିନେ ଧୋଇହୋଇ ସ୍ଥିତି ସଙ୍ଗିନ ହୋଇପଡୁଛି ।

ଉକ୍ତ ରାସ୍ତା ଦ୍ୱାରା ବ୍ଲକ ଅଫିସକୁ ଯାତାୟାତ ପାଇଁ ସ୍ୱଳ୍ପ ସମୟ ଲାଗିଥାଏ । କିନ୍ତୁ ରାସ୍ତାର ସ୍ଥିତି ଖରାପ ଥିବା ବେଳେ କାହାର ନଜର ପଡୁନି । ଏପରିକି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ମରାମତି ପାଇଁ କାହାର ଆନ୍ତରିକତା ନଥିବା ବେଳେ ତୁରନ୍ତ ପକ୍କା ସଡକ ନିମୟାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । ଏଥିପାଇଁ କେନ୍ଦ୍ରାପାଟି ପଞ୍ଚାୟତ କଣ୍ଟାପଡ଼ା ଓ ଆଙ୍କୁଅ ମୌଜାର ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଓ କେତେକ ଗ୍ରାମବାସୀ ଏକଜୁଟ ହୋଇ ଆଜି ଏକ ବୈଠକ କରିଥିଲେ । ବୈଠକରେ ସର୍ବସମତି କ୍ରମେ ସମସ୍ତଙ୍କ ମିଳିତ ସ୍ୱାକ୍ଷରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥିସହ ରାସ୍ତାର ଦୂରାବସ୍ଥାକୁ ସୁଧାରିବାକୁ ରାଜ୍ୟ ସରକାରଙ୍କ ୫ଟି ସଚିବ, ପୁରୀ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.