ନାହିଁ ନାହିଁରେ ଚାଲିଛି ରିଷିଡ଼ା ଫାଣ୍ଡି

କର୍ଲାମୁଣ୍ଡା (ବଡ଼ ଖବର ବ୍ୟୁରୋ): ଆଇନ ଶୃଙ୍ଖଳା ବିପର୍ଯ୍ୟୟ । ଦିନକୁ ଦିନ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ମାଳ ମାଳ ଅଭିଯୋଗ ହେଲେ ଶୁଣିବାକୁ କେହି ନାହାନ୍ତି । ପୋଲିସ ପ୍ରଶାସନର ନିଦ ଭାଙ୍ଗୁନାହିଁ । ସବୁ ଦେଖି ନଦେଖିଲା ଭଳିଆ ପୋଲିସର କାର୍ଯ୍ୟକଳାପ । ଏପରି ଦୟନୀୟ ସ୍ଥିତିରେ ଚାଲିଛି କଳାହାଣ୍ଡି ଜିଲ୍ଲା ରିଷଡ଼ା ଫାଣ୍ଡି । ଗତ ୨ ମାସ ହେଲା ଫାଣ୍ଡିଧିକାରୀ ଅନୁପସ୍ଥିତ ଅଛନ୍ତି । ଫାଣ୍ଡିରେ ସାମାନ୍ୟ କେସକୁ ବି କେହି ଶୁଣୁନାହାନ୍ତି । ଅଭିଯୋଗ କରିବାକୁ ହେଲେ ୨୫ କି.ମି ଦୂର ମ.ରାମପୁର ଥାନାକୁ ଯିବାକୁ ପଡ଼ୁଛି । ଏହା ପୂର୍ବରୁ ମ.ରାମପୁର ଥାନାର ଜଣେ ଏଏସଆଇଙ୍କୁ ଫାଣ୍ଡି ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେ ଟ୍ରେନିଂରେ ଯାଇଥିବାରୁ କର୍ଲାମୁଣ୍ଡା ଫାଣ୍ଡିଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେଲେ ରିଷିଡ଼ା ଫାଣ୍ଡି ପାଇଁ ସ୍ଥାୟୀ ଅଧିକାରୀ ନିଯୁକ୍ତି କରାଯାଉନାହିଁ । ମାତ୍ର ୩ କନେଷ୍ଟବଳ ଓ ୩ ହୋମଗାର୍ଡକୁ ନେଇ ଚାଲିଛି ଫାଣ୍ଡି କାମ ।

ମାଓ ଅଧ୍ୟୁଷିତ ରିଷିଡ଼ା ଫାଣ୍ଡିକୁ ପୂର୍ଣ୍ଣାଙ୍ଗ ଥାନାର ମାନ୍ୟତା ଦେବା ପାଇଁ ପୂର୍ବରୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧି ଥାନା ଘୋଷଣା କରିନାହାନ୍ତି । ଫଳରେ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି । ମ.ରାମପୁର ଥାନା ଅଧିନସ୍ଥ କର୍ଲାମୁଣ୍ଡା ବ୍ଲକରେ ୨ଟି ଫାଣ୍ଡି ଥିବାବେଳେ ରିଷିଡ଼ା ଫାଣ୍ଡି ଅଧୀନରେ ୪୨ ଗାଁ ଓ ୧୦ରୁ ଅଧିକ ପଡ଼ାଗ୍ରାମ ରହିଛି ।

ରିଷିଡା ଫାଣ୍ଡି ଜିଲ୍ଳାର ସିମାନ୍ତବର୍ତୀ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱ ନ ଦେବା ଚିନ୍ତାର କାରଣ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ତୁରନ୍ତ କଳାହାଣ୍ଡି ଏସପି, ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦବୀ ପୁରଣ କରିବା ସହ ରିଷିଡା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଆଞ୍ଚଳିକ ବିକାଶ ପରିଷଦ, ଗ୍ରାମ୍ୟ ଉନ୍ନୟନ କମିଟି, ଯୁବାମଞ୍ଚ ରିଷିଡ଼ା ପକ୍ଷରୁ ଦାବୀ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ